Indus Valley Times

‘ଶ୍ରୀମନ୍ଦିରକୁ ଉଡ଼ାଇ ଦେବୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରିବୁ’; ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ମେସେଜ୍

 Breaking News

‘ଶ୍ରୀମନ୍ଦିରକୁ ଉଡ଼ାଇ ଦେବୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରିବୁ’; ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ମେସେଜ୍

‘ଶ୍ରୀମନ୍ଦିରକୁ ଉଡ଼ାଇ ଦେବୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରିବୁ’; ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ମେସେଜ୍
January 21
17:29 2026

ପୁରୀ, ୨୧/୧ : ପୁରୀରେ ସ୍ପେଶାଲ ଫୋର୍ସ କମାଣ୍ଡୋ। ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ କରାଯାଇଛି । ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡୋ ପକ୍ଷରୁ ପଇଁତରା ମରାଯାଉଛି ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ। ଶ୍ରୀମନ୍ଦିର ନିକଟ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ ।
ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍ ଆଇଡିରେ ଏଭଳି ଖୋଲା ଧମକ ଦିଆଯାଇଛି। ଏହି ଧମକ ପରେ ପୁରୀ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରାଯାଇଛି। ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।
ଧମକପୂର୍ଣ୍ଣ ପୋଷ୍ଟ ଆସିଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟର ୟୁଆରଏଲ୍ ଲିଙ୍କ କୁ ଯାଞ୍ଚ କରାଯାଉଛି। ସନ୍ଧ୍ୟା ସୁଦ୍ଧା ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ସେପଟେ ଶ୍ରୀମନ୍ଦିରରେ ବୋମା ପକାଇବା ନେଇ ସୋସିଆଲ ମିଡିଆରେ ଧମକ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାଡ୍ ଦ୍ବାରା ତନତନ କରି ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ସ୍ବତନ୍ତ୍ର କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ରହିଛନ୍ତି।
ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ପାଇଁ ସୋସିଆଲ ମିଡିଆରେ ଧମକ ଆସିଥିବାରୁ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31