Indus Valley Times

ଶ୍ରୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଆଜିଠୁ ରାତି ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଲାଗୁ

 Breaking News

ଶ୍ରୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଆଜିଠୁ ରାତି ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଲାଗୁ

ଶ୍ରୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଆଜିଠୁ ରାତି ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଲାଗୁ
July 19
08:56 2021

ଭୁବନେଶ୍ୱର, ୧୯/୭: ରଥଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆସନ୍ତାକାଲି ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ଜନ୍ମଦେବୀରେ ଲୀଳାଖେଳା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କୋଭିଡ-୧୯ କଟକଣା ଯୋଗୁଁ ଶ୍ରୀଜିଉଙ୍କୁ ସାଧାରଣ ଭକ୍ତ ଦର୍ଶନ କରିପାରୁ ନଥିବା ବେଳେ ଆଜି ସଂନ୍ଧ୍ୟା ଦର୍ଶନର ଆୟୋଜନ ହେବ । ଶ୍ରୀଜିଉଙ୍କ ୯ ଦିନିଆ ଯାତ୍ରାର ଜନ୍ମବେଦୀରେ ଏହା ଶେଷ ଦର୍ଶନ ହେବ । ସୋମବାର ସନ୍ଧ୍ୟାରେ ମହାପ୍ରଭୁ ଶେଷ ଦର୍ଶନ ଦେବେ ଏବଂ ରାତି ପାହିଲେ ବଡ଼ଦେଉଳ ଅଭିମୁଖେ ରଥାରୁଢ଼ ହୋଇ ଆଗକୁ ବଢ଼ିବେ ।
କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ସଂନ୍ଧ୍ୟା ଦର୍ଶନ ହେବା ପରେ ରାତି ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ । ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ନବମୀ ତିଥିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ସମାନ । ତେଣୁ ଭକ୍ତ ସନ୍ଧ୍ୟା ଦର୍ଶନକୁ ଅପେକ୍ଷା କରିଥାଏ ।
ସନ୍ଧ୍ୟା ଦର୍ଶନ ପାଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା । ସୋମବାର ଭୋର ସକାଳ ୪ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ ନୀତି ଓ ୬ଟା ୧୫ରେ ରୋଷହୋମ ନୀତି କରାଯାଇଥିଲା । ଶ୍ରୀଜିଉଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତି ଠିକ ସମୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031