Indus Valley Times

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର

 Breaking News

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର

ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଆଲୋଚନା ଚକ୍ର
May 30
20:24 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୩୦/୫: ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୮ତାରିଖ ରବିବାର ଦିନ ସୁନାଖଳା, ନାଚୁଣୀସ୍ଥିତ ଜଗତି ଆଶ୍ରମରେ ପୁରୀବିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ, ଆଲୋଚନା ଚକ୍ର ଓ ପୁସ୍ତକ ପ୍ରଣୟନ ବିଷୟରେ ବିଭିନ୍ନ ଲୀଳାକ୍ଷେତ୍ରରୁ ଆସିଥିବା ପ୍ରତିନିଧି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ।
ପୁରୀ, ଖୋର୍ଦ୍ଧା, ଚିଲିକା, ବାଣପୁର, ବୋଲଗଡ, ବୌଦ୍ଧ ଆଦି ଲୀଳାକ୍ଷେତ୍ରର ପ୍ରତିନିଧିମାନେ ଅଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ବିଶିଷ୍ଟ ସ୍ତମ୍ବକାର ଶ୍ରୀ ଅସିତ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିକାଶ ପରିଷଦ, ବୌଦ୍ଧର ସଭାପତି ଶ୍ରୀ ବିଶ୍ୱେଶ୍ୱର ପୃଷ୍ଟିଙ୍କ ସହ ରଘୁନାଥ ଷଡଙ୍ଗୀ, ଦିବ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।
ବୌଦ୍ଧ ନାଏକପଡା ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ପାତାଳୀ ସଂପର୍କିତ ତଥ୍ୟ ରଖିଥିଲେ । ଜବନ ସମ୍ରାଟ ରକ୍ତବାହୁ ଶ୍ରୀକ୍ଷେତ୍ର ଆକ୍ରମଣ ସମୟରେ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ଆଘାତ ପାଇବାର ଆଶଙ୍କା ଥିବାରୁ ଉଡ୍ରମଣ୍ଡଳର ପରାକ୍ରମୀ ଭଂଜ ରାଜାମାନେ ଯେଉଁମାନେ ପୁର୍ବରୁ ଗନ୍ଧରାଢୀ ଠାରେ ପ୍ରଭୁ ନୀଳମାଧବଙ୍କ ଉପାସକ ଥିଲେ ସେମାନେ ବିଗ୍ରହ ଗୁଡିକୁ ସ୍ୱରାଜଧାନୀ ଧୃତିପୁରା(ଆଧୁନିକ ବୌଦ୍ଧ)କୁ ନେଇ ଆସିଥିଲେ ।
ଏବଂ ରାଜଧାନୀ ଠାରୁ ୧୨ମାଇଲ ଦୁର ଗୋପାଳୀ ଗ୍ରାମଠାରେ ପାତାଳୀ କରାଇଥିଲେ କାରଣ ସେମାନେ ଶ୍ରୀ ଜଗନ୍ନାଥ (ପୁରୁଷତମଙ୍କୁ)ପରମ ବିଷ୍ଣୁଜ୍ଞାନ କରୁଥିଲେ । ଦେବଙ୍କ ସୁରକ୍ଷା ପାଇଁ ତତ୍‌କାଳିନ ରାଜା ପ୍ରଭୁଙ୍କ ସୁରକ୍ଷା ପାଇଁ ଗୁମ୍ଫ।। ନିକଟରେ ଗଡ ନିର୍ମାଣ କରି ବିରଯୋଦ୍ଧା ନିୟୋଜିତ କରିଥିଲେ ଯାହାକି ଦେବଗଡ ଓ ବୀରଗଡ ନାମରେ ପରିଚିତ ହୋଇ ଅଦ୍ୟାବଧି ରହିଛି ବୋଲି ଶ୍ରୀ ପୃଷ୍ଟି ତଥ୍ୟ ଉପସ୍ଥାପନା କରିଥିଲେ ।
ତେବେ ବିଭିନ୍ନ ଗବେଷକଙ୍କ ମତ ଓ ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟକୁ ନେବାସହ ବିଭିନ୍ନ ସ୍ଥାନରେ ଲୋକକଥା ଓ ଲୋକଙ୍କ ଦ୍ୱାରା ଉପସ୍ଥାପିତ ଉଦ୍ଧାରିତ ତଥ୍ୟକୁ ନେଇ ଠାକୁରଙ୍କର ବିଭିନ୍ନ ସ୍ଥାନରେ ଲୀଳାକ୍ଷେତ୍ର ଗୁଡିକ ଚିହ୍ନଟ କରାଯିବାସହ ଏହାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଯିବ ଏବଂ ଆଗାମୀ ଦିନରେ ଏହି ଅନୁଷ୍ଠାନ ବିଭିନ୍ନ ଲୀଳାକ୍ଷେତ୍ର ଯାଇ ତାର ତଥ୍ୟ ସଂଗ୍ରହ କରି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କିତ ଏକ ପୁସ୍ତକ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ । ତେବେ ବୌଦ୍ଧ ହେଉଛି ଶ୍ରୀଜଗନ୍ନାଥଙ୍କ ଆଦିକ୍ଷେତ୍ର ଓ ଲୀଳାଭୂମୀ ମଧ୍ୟ ସେ ସଂପର୍କରେ ବୌଦ୍ଧ ପକ୍ଷରୁ ତଥ୍ୟଭିତିକ ଦୃଢଦାବୀ ଉପସ୍ଥାପନା କରାଯାଇଥିଲା ।
ରେଳପଥ ନିର୍ମାଣ କାମକୁ ବନ୍ଦ କଲେ ଉତ୍ୟକ୍ତ ଗ୍ରାମବାସୀ
ବୌଦ୍ଧ,୩୦/୫: ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଥିବା ବେଳେ ବେସରକାରୀ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ପାଇଁ ଅତିଷ୍ଠ ହୋଇପଡିଛନ୍ତି କିିଛି ଗ୍ରାମର ଗ୍ରାମବାସୀ । କିଛି ଦିନ ତଳେ ଜିଲ୍ଲାର ହରଭଙ୍ଗା ବ୍ଳକର ପିପିଲକଟା ଗ୍ରାମର ଝରଣ ପୋଖରୀ ଠାରୁ ଗ୍ରାମର ବଡବନ୍ଧକୁ ପାଣି ଯିବା ସହ ଏକ କେନାଲର ସୁବିଧା ରହିଥିବା ବେଳେ ରେଲପଥ କାର୍ଯ୍ୟ ଯୋଗୁଁ କେନାଲ ବନ୍ଦ ହୋଇପଡିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ବେଳେ ପୁଣି ବୌଦ୍ଧ ଜିଲ୍ଲା ସଦରଥାନା ଅନ୍ତର୍ଗତ ନକୁଆନାଳି ଗ୍ରାମ ନିକଟସ୍ଥ କେନାଲ ରାସ୍ତାକୁ ରେଳପଥ ନିର୍ମାଣ ପାଇଁ ବନ୍ଦ କରାଯିବାକୁ ଗ୍ରାମବାସୀମାନେ ସୋମବାର ଦିନ ଘୋର ବିରୋଧ କରିଛନ୍ତି । ରେଳପଥ ନିର୍ମାଣ ସ୍ଥାନକୁ ଯାଇ ଉତ୍ୟକ୍ତ ଗ୍ରାମବାସୀମାନେ ନିର୍ମାଣ କାମକୁ ବନ୍ଦ କରିଛନ୍ତି ।
ଏହାସହ ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣକାମ କରାଇ ଦେବେନାହିଁ ବୋଲି ଗ୍ରାମବାସୀମାନେ ଅଡି ବସିଛନ୍ତି । ନକୁଆନାଳି ଗ୍ରାମ ନିକଟସ୍ଥ କେନାଲ ହୁଡାରେ ରହିଥିବା ରାସ୍ତାକୁ ଗ୍ରାମବାସୀମାନେ ସବୁବେଳେ ଯିବାଆସିବା ପାଇଁ ବ୍ୟବହାର କରିଆସୁଅଛନ୍ତି । ଏପରିକି ଏହି କେନାଲ ହୁଡା ରାସ୍ତାରେ ଆଖପାଖ ୫/୬ ଖଣ୍ଡ ଗ୍ରାମର ଲୋକେ ମଧ୍ୟ ଯିବା ଆସିବା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଉକ୍ତ କେନାଲ ଦେଇ ରେଳପଥ ନିର୍ମାଣ ହେଉଥିବାରୁ କେନାଲ ରାସ୍ତାକୁ ଠିକା ସଂସ୍ଥା ପକ୍ଷରୁ ବନ୍ଦ କରିଦିଆଯାଇଛି । ଏହି ବାଟ ବନ୍ଦ ହୋଇଯାଇଥିବାରୁ ଗ୍ରାମବାସୀମାନେ ହଇରାଣ ହେବା ସହ ଯିବାକୁ ଗଲେ ଅଧିକ ୨-୩ କିଲୋମିଟର ଦୂର ରାସ୍ତା ଦେଇ ସେମାନଙ୍କୁ ଯିବାକୁ ପଡୁଅଛି । ଫଳରେ ଗ୍ରାମବାସୀ ମାନେ କେନାଲ ରାସ୍ତା ଉପରେ ସବୁଦିନିଆ ଯିବା ଆସିବା ପାଇଁ ରାସ୍ତା ନିର୍କାଣ କରିବାକୁ ରେଳ କତୃପକ୍ଷ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଗ୍ରାମର ୱାର୍ଡମେମ୍ବର ସଞ୍ଜୟ ନାୟକଙ୍କ ନେତୃତ୍ୱରେ ବଳଭଦ୍ର ଭବସାଗର, ଯଦୁମଣି ସ୍ୱାଇଁ ଓ ଗ୍ରାମବାସୀ ମାନେ ତୁରନ୍ତ ଏହାର ସମାଧାନ କରାଯିବାକୁ ଦାବୀ କରିଛନ୍ତି ।
ବୌଦ୍ଧ ଖାଉଟି ଅଦାଲତର ଷ୍ଟେନୋଙ୍କୁ ୩ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୩୦/୫: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ ସମର ବିଳାସ ବେହେରା ସୋମବାର ଦିନ ଏକ ମାମଲାର ବିଚାର କରି ତାଙ୍କ ରାୟରେ ବୌଦ୍ଧ ଖାଉଟି ଅଦାଲତର ଷ୍ଟେନୋ ଅଭିଯୁକ୍ତ ମନ୍‌ମଥ ଗଡନାୟକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ବୌଦ୍ଧ ଜିଲ୍ଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜର ଘରର ବିଦ୍ୟୁତ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଥିଲେ ।
ଏହି ଟଙ୍କା ବିଦ୍ୟୁତ ବିଭାଗ ମନଇଛା ପକାଇବା ସହ ଏଥିରୁ ମୁକ୍ତି ପାଇବାକୁ ଶ୍ରୀ ପ୍ରଧାନ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ ମନ୍‌ମଥ ଗଡନାୟକଙ୍କୁ କହିବା ସହ ଏକ ମାମଲା କରିବାକୁ କୁଆଡେ କହିଥିଲେ । ମାମଲା କରିବାକୁ ଷ୍ଟୋନୋ ତାଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସତ୍ୟ ପ୍ରଧାନ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ଗତ ୧୮.୩.୨୦୨୯ରେ ଷ୍ଟେନୋ ଶ୍ରୀ ଗଡନାୟକ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରପଡିଥିଲେ ।
ଏନେଇ ଭିଜିଲାନସ ପକ୍ଷରୁ ଏକ ମାମଲା ୬/୨୦୧୯ ରେ ଏକ ମାମଲା ରୁଜୁ କରି ବିଚାର ପାଇ କୋର୍ଟକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ମାମଲାଟି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜଙ୍କ ଅଦାଲତରେ ବିଚାର ହୋଇଥିଲା । ମାମଲାରେ ୧୦ଜଣଙ୍କ ସାକ୍ଷୀଙ୍କ ବୟାନଙ୍କ ଭିତିକରି ଅଦାଲତ ସୋମବାର ଦିନ ଅଭିଯୁକ୍ତ ଷ୍ଟେନୋ ଶ୍ରୀ ଗଡାନାୟକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ଯଦି ଜୋରିମୋନା ଅର୍ଥ ଅନାଦେୟ ହୁଏ ତେବେ ଆହୁରୀ ଅଧିକ ୩ ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ଭିଜିଲାନସ ପିପି ଭି. ଭି.ରାମଦାସ ପରିଚାଳନା କରୁଥିଲେ ।
ଜାତୀୟ ରାଜପଥ କଡରୁ ଯୁବକର ମୃତ ଦେହ ଉଦ୍ଧାର
ବୌଦ୍ଧ,୩୦/୫: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୁଆପଡା ଠାରୁ ସୋମବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ସୋମବାର ଦିନ ଭୋର ନୁଆପଡା ଜାତୀୟ ରାଜପଥ କଡରେ ଯୁବକର ମୂତ ଦେହ ପଡିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ପରେ ବୌଦ୍ଧ ପୁଲିସକୁ ଖବର ଦେଇଥିଲେ । ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା ମୃତ ଯୁବକ ଜଣକ ହେଲେ ବୌଦ୍ଧଜିଲା ବାଲିପୁର ଗ୍ରାମର କଳ୍ପତରୁ ସାହୁ । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇ ବୌଦ୍ଧ ମେଡିକାଲକୁ ପଠାଇଥିବା ବେଳେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୌଣସି ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031