Indus Valley Times

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଏସିସି ଅନୁଗୋଳକୁ ହରାଇ ଡି.ସି.ଏ ଖୋର୍ଦ୍ଧା ଫାଇନାଲରେ

 Breaking News

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଏସିସି ଅନୁଗୋଳକୁ ହରାଇ ଡି.ସି.ଏ ଖୋର୍ଦ୍ଧା ଫାଇନାଲରେ

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଏସିସି ଅନୁଗୋଳକୁ ହରାଇ ଡି.ସି.ଏ ଖୋର୍ଦ୍ଧା ଫାଇନାଲରେ
February 11
20:20 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୨: ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଆଜି ଜିଲ୍ଲା ଷ୍ଟାଡିଅମ ଠାରେ ଟୁର୍ଣ୍ଣାମେଣ୍ଟର ଏକ ସେମି ଫାଇନାଲ ମ୍ୟାଚ୍ ଏସିସି ଅନୁଗୋଳ ଓ ଡିସିଏ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବରେ ବରିଷ୍ଠ କ୍ରିକେଟ୍ ଖେଳାଳୀ ରଞ୍ଜନ ରଶ୍ମି ନାଏକ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ସମରେଶ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା କ୍ରିକେଟ୍ ଆସୋସିଏସନ ସଭାପତି ନିରଞ୍ଜନ ମେହେର, ଉପ ସଭାପତି ଲମ୍ବୋଦର ପୁରୋହିତ, ସମ୍ପାଦକ ଯୁଗଳ କିଶୋର ସାମଲ ଓ କାର୍ଯ୍ୟକାରୀ ସଦସ୍ୟ ଆଶୁତୋଷ ଦାଶ ଉପସ୍ଥିତ ଥିଲେ ।
ଟସ ଜିତି ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ମ୍ୟାଚରେ ୩ ୱିକେଟ୍ ବିନିମୟରେ ୨୧୪ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ରାକେଶ ପଟ୍ଟନାୟକ ୨୦ ବଲରୁ ୬୭ ରନ୍ ଓ ଘନଶ୍ୟାମ ବିହାରୀ ୫୩ ବଲରୁ ୬୬ ରନ୍ ସଂଗ୍ରହ କରିଥିବା ବେଳେ ଅନୁଗୋଳ ଦଳର ବିଶାଳ ସା ନିର୍ଦ୍ଧାରିତ ୪ ଓଭରରେ ୩୨ ରନ୍ ଦେଇ ୧ ଟି ୱିକେଟ୍ ଅକ୍ତିଆର କରିଥିଲେ । ଅପରପକ୍ଷରେ ଅନୁଗୋଳ ଦଳ ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୬୮ କରିଥଲା । ଦଳ ତରଫରୁ ବିନାୟକ ମହାନ୍ତି ୩୪ ବଲରେ ୫୩ ରନ୍ ଓ ସତ୍ୟବ୍ରତ ସିଂ ୧୫ ବଲରୁ ୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ଖୋର୍ଦ୍ଧା ଦଳ ବିଜୟୀ ହୋଇ ଆଜିର ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି ।
ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଖୋର୍ଦ୍ଧା ଦଳର ରାକେଶ କୁମାର ପଟ୍ଟନାୟକ ମେନ ଅଫ୍ ଦି ମ୍ୟାଚରେ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚକୁ ଓ ସି ଏ ର ପେନାଲ ଆମ୍ପାୟର ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବାବେଳେ ମହେଶ କୁମାର ମଲ୍ଲିକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।
ଧାରା ବିବରଣୀ ଶ୍ରୀଧର ମଲ୍ଲିକ ପ୍ରଦାନ କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାରକୁ ଜିଲ୍ଲା କ୍ରିକେଟ୍ ସଂଘର ସଦସ୍ୟ ତଥା ଆଇନଜୀବୀ ପ୍ରଦେଶୀ ବେହେରା ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଦିନ କଟକ ଓ ଖୋର୍ଦ୍ଧା ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

ନିଜ ଜାଲରେ ନିଜେ ଶିକାରୀ, ଇଲେକ୍ଟ୍ରିକରେ ଶିକାର କରିବା ନିଜ ପାଇଁ ହେଲା କାଳ
ବୌଦ୍ଧ,୧୧/୨: ଇଲେକ୍ଟ୍ରିକରେ ଶିକାର କରିବା ଶିକାରୀକୁ ହେଲା କାଳ । ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲା ହରଭଙ୍ଗା ବ୍ଲକର ତଳଗାଁ ପଂଚାୟତର ସାନଭୂର୍ତା ଗ୍ରାମରେ । ବେଆଇନ ଭାବରେ ଇଲେକ୍ଟ୍ରିକ ସଂଯୋଗ କରି ମାଛ ମାରିବାକୁ ଯାଇ ଶିକାରୀର ମୃତ୍ୟୁ ଘଟିଛି ।
ସୂଚନା ମତେ, ଏହି ଦୁର୍ଗମ ଅଂଚଳରେ ବେଆଇନ ଇଲେକ୍ଟ୍ରିକ ସଂଯୋଗ କରି ପ୍ରତିଦିନ ଜଙ୍ଗଲ ଜୀବଜନ୍ତୁ ଶିକାର ଓ ମାଛ ମାରିବା ଘଟଣା ବହୁ ବାର ଚର୍ଚ୍ଚାରେ ଥିବା ବେଳେ ଗତ କାଲି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ ସାନଭୂର୍ତା ଗ୍ରାମର ପ୍ରଶନ୍ନ ଜାନୀ ନିକଟବର୍ତି ଗ୍ରାମ ପତକାପାଲି ଗ୍ରାମର କିଛି ସାଙ୍ଗମାନଙ୍କ ସହିତ ନିକଟରେ ଯାଉଥିବା ନାଳକୁ ଇଲେକ୍ଟ୍ରିକ ସାହାର୍ଯ୍ୟରେ ମାଛ ମାରିବାକୁ ଯାଇଥିଲେ ଓ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା ।
ସାଙ୍ଗରେ ଯାଇଥିବା ଅନ୍ୟବ୍ୟକ୍ତିମାନେ ଭୟରେ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟଣା ଖବର ନ ଦେଇ ଅପରାହ୍ନ ସମୟରେ ପ୍ରଶନ୍ନଙ୍କ ସ୍ତ୍ରୀକୁ ଖବର ଦେଇ ଫେରାର ହୋଇଯାଇଥିଲେ । ଘରଲୋକ ଶବ ଚିହ୍ନିବା ପରେ ଫେରାର ହୋଇଥିବା ବ୍ୟକ୍ତିଙ୍କୁ ନିଜ ସ୍ୱାମୀର ମୃତ୍ୟୁର ଆସାମୀ ବୋଲି ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ବୌଦ୍ଧଜିଲ୍ଲାରେ ଆସନ୍ତା ୧୧ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ବୌଦ୍ଧ,୧୧/୨:ଜାତୀୟ ଆଇନ ସେବା ପ୍ରାଧିକରଣର ଆଦେଶ ଅନୁଯାଇ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆସନ୍ତା ୧୧.୦୨.୨୦୨୩ ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରା ଏକ ରଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନ ଜିଲ୍ଲା ନ୍ୟାୟାଳୟ, ବୌଦ୍ଧ, କଣ୍ଟାମାଳ ନ୍ୟାୟାଳୟ ଏବଂ ଚାରିଛକ ନ୍ୟାୟାଳୟରେ ଅନୁଷ୍ଠିତ ହେବାକୁ ଯାଉଅଛି ।
ଏହି କ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୌଦ୍ଧ ଦ୍ୱାରାଏକ ସଚେତନତା ରଥ ଜିଲ୍ଲା ନ୍ୟାୟାଳୟ ବୌଦ୍ଧ ଠାରୁ ବାହାରି ଜିଲ୍ଲାର ବିଭିନ୍ନ ଜାଗା ପରିକ୍ରମା କରି ସଚେତନ କରାଯାଇଥିଲା । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଦମା ଯଥା- ଦେୱାନୀ, ଫୌଜଦାରୀ(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍‌ୁ୍ୟତ ଓ ଜଳଯୋଗାଣ, ପାରିବାରିକ, ଜମିଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୁଡାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇପାରିବ ।
କେବଳ ବିଚାରଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ-ମକଦ୍ଦମା ସ୍ତରୀୟ (ମକଦ୍ଦମା ଯିବା ପୂର୍ବରୁ) ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି/ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିରେ ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ସୂଚନା ପାଇଁ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ବା ତାଲୁକ ଆଇନ ସେବା କମିଟି ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।
ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର କର୍ମକର୍ତା ଚୟନ
ବୌଦ୍ଧ,୧୧/୨: ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ବରିଷ୍ଠ ସଦସ୍ୟ ରାଧା ମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା ।
ପରେ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ପ୍ରଶନ୍ନ ସାହୁ, ଉପସଭାପତି ସୁଦର୍ଶନ ନାୟକ,ସଂପାଦକ ଚିତ ରଂଜନ ରାଜ,ସହସଂପାଦକ ସୁବ୍ରତ ମିଶ୍ର, କୋଷାଧ୍ୟକ୍ଷ ଅନୀଲ ମହାପାତ୍ର, ପରିଚାଳନା କମିଟୀ ସଦସ୍ୟ ଭାବରେ ନୀଳକଣ୍ଠ ମହାପାତ୍ର, ସୁଧିର ମହାପାତ୍ର, ରାଜକିଶୋର ପଟ୍ଟନାୟକ,ଶ୍ରୀହର୍ଷ ମିଶ୍ର, ନାରାୟଣ ମେହେର, ସମୟ ନିର୍ଘଣ୍ଟ କମିଟୀରେ ରାଧାମାଧବ ମିଶ୍ର, ସେକ ସେମ୍ମିଉଲା,ରାଜକିଶୋର ପଟ୍ଟନାୟକ,ସୁଦର୍ଶନ ନାୟକ, ସୁବ୍ରତ ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଠା ଭାବରେ ବିଶ୍ୱଜିତ ମିଶ୍ରଙ୍କୁ ଚୟନ କରାଯାଇଥିଲା ।
ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର କର୍ମକର୍ତା ଚୟନ
ବୌଦ୍ଧ,୧୧/୨: ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ବରିଷ୍ଠ ସଦସ୍ୟ ରାଧା ମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା । ପରେ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ପ୍ରଶନ୍ନ ସାହୁ, ଉପସଭାପତି ସୁଦର୍ଶନ ନାୟକ,ସଂପାଦକ ଚିତ ରଂଜନ ରାଜ,ସହସଂପାଦକ ସୁବ୍ରତ ମିଶ୍ର, କୋଷାଧ୍ୟକ୍ଷ ଅନୀଲ ମହାପାତ୍ର, ପରିଚାଳନା କମିଟୀ ସଦସ୍ୟ ଭାବରେ ନୀଳକଣ୍ଠ ମହାପାତ୍ର, ସୁଧିର ମହାପାତ୍ର, ରାଜକିଶୋର ପଟ୍ଟନାୟକ,ଶ୍ରୀହର୍ଷ ମିଶ୍ର, ନାରାୟଣ ମେହେର, ସମୟ ନିର୍ଘଣ୍ଟ କମିଟୀରେ ରାଧାମାଧବ ମିଶ୍ର, ସେକ ସେମ୍ମିଉଲା,ରାଜକିଶୋର ପଟ୍ଟନାୟକ,ସୁଦର୍ଶନ ନାୟକ, ସୁବ୍ରତ ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଠା ଭାବରେ ବିଶ୍ୱଜିତ ମିଶ୍ରଙ୍କୁ ଚୟନ କରାଯାଇଥିଲା ।
ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ବୌଦ୍ଧ,୧୧/୨: ଜାତୀୟ ପ୍ରାଣୀଧନ ମିଶନ ଆନୁକୁଲ୍ୟ ରେ ବୌଦ୍ଧ ସଦର ବ୍ଲକ ମୃସୁଣ୍ଡି ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ପ୍ରଦୀପ୍ତ କୁମାର ରଥଙ୍କ ଅଧକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇ ଗୋମାତା ର ଯତ୍ନ ନେବା ସହିତ ଅତ୍ୟାଧୁନିକ ପଦ୍ଧତି ରେ ଗୋପାଳନ କରି ଆର୍ଥିକ ସ୍ତର ରେ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବରେ ଏଡିଭିଓ ପ୍ରାଣୀ ପାଳନ ଡା ନିରୋଦ ଚନ୍ଦ୍ର କଂହର , ସମ୍ମାନୀତ ଅତିଥି ଭାବେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ,ଏଡିଭିଓ ରୋଗ ନିଦାନ ଡା ପ୍ରଭାସ କୁମାର ବେହେରା,ମୁର୍ଶୁଣ୍ଢି ସରପଞ୍ଚ ମଧୁସ୍ମିତା ବେହେରା ଆଦି ଯୋଗଦେଇ ଗୋ ଚାଷୀ ମାନଙ୍କ ଉନ୍ନତି ଦିଗରେ ବିଭିନ୍ନ ସରକାରୀ ଯୋଜନା ର ଉପଯୋଗୀତା ଉପରେ ଆଲୋଚନା କରିଥିଲେ ।
ଏହି ଅବସର ରେ ଏକ ଗୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରେଷ୍ଠ ବିବେଚିତ ଗାଇ,ଛଡ଼ା ଓ ବାଛୁରୀ ମାଲିକ ମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ।
ସଭା ପରେ ଏକ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲା ର ଦୁଇ ଏଡିଭିଓ ଡା ପ୍ରଭାସ କୁମାର ବେହେରା ଓ ଡା ନିରୋଦ ଚନ୍ଦ୍ର କଂହର ଙ୍କ ସମେତ ହରଭଙ୍ଗା ବିଭିଓ ଡା ବିରେଦ୍ର କୁମାର ପୃଷ୍ଟି,ବାଉଶୁଣୀ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟଵ୍ରତ ବେହେରା, ପୁରୁଣା କଟକ ପ୍ରାଣୀ ଚିକିତ୍ସିକା ଡା ମିଲିନ ରାଉତ, ବୌଦ୍ଧ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସିକା ଡା ସୋନାଲି ରାଉତ ଆଦି ଚାଷୀ ମାନଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଉପଯୁକ୍ତ ଦିଗ ଦର୍ଶନ ଦେଇଥିଲେ ।
ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ଓ ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡ଼ା. ପ୍ରିୟବ୍ରତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ର ଉପ ନିର୍ର୍ଦେଶକ ଡା ହ୍ରୁଷିକେଶ ବେହେରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ଏଥିରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031