Indus Valley Times

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ,ବଲାଙ୍ଗୀରକୁ ହରାଇ ରାଉରକେଲା ବିଜୟୀ

 Breaking News

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ,ବଲାଙ୍ଗୀରକୁ ହରାଇ ରାଉରକେଲା ବିଜୟୀ

ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ,ବଲାଙ୍ଗୀରକୁ ହରାଇ ରାଉରକେଲା ବିଜୟୀ
February 07
17:45 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୨: ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଆଜି ଜିଲ୍ଲା ଷ୍ଟାଡିଅମ ଠାରେ ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲ ।
ସମ୍ମାନୀତ ଅତିଥି ଭାବରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ରୂପକ କୁମାର ମହାପାତ୍ର, ବରିଷ୍ଠ କ୍ରୀଡାବିତ ସତ୍ୟ ପ୍ରକାଶ ଦାଶ, ଅମରେଶ ପ୍ରଧାନ ଓ ଆଶୁତୋଷ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା କ୍ରିକେଟ୍ ଆସୋସିଏସନ ସଭାପତି ନିରଞ୍ଜନ ମେହେର, ସଂପାଦକ ଯୁଗଳ କିଶୋର ସାମଲ, ଉପସଭାପତି ଲମ୍ବୋଦର୍ ପୁରୋହିତ, କୋଷାଧ୍ୟକ୍ଷ ଭବେଶ କୁମାର ଯୋଶୀ ଉପସ୍ଥିତ ଥିଲେ ।
ଉଦଘାଟନୀ ମ୍ୟାଚ୍ ରାଉରକେଲା ୟୁଥ କ୍ରିକେଟ୍ କ୍ଲବ୍ ଓ ନବ କିଶୋର କ୍ରିକେଟ କ୍ଲବ୍ ବଲାଙ୍ଗୀର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା,ଟସ୍ ଜିତି ରାଉରକେଲା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୪୨ ରନ୍ କରିଥିଲା । ଦଳ ତରଫରୁ ଜ୍ଞାନ ରଂଜନ ୩୫ ବଲରୁ ୩୯ ରନ୍ ଓ ଅମିତ ଦାଶ ୨୩ ବଲ୍ରୁ ୩୫ ରନ୍ ସଂଗ୍ରହ କରିଥିଲେ ।
ବଲାଙ୍ଗୀର ଦଳର କିଶାନ ନାଏକ ଓ ବବଲୁ ସେଠୀ ୨ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଅପର ପକ୍ଷରେ ବଲାଙ୍ଗୀର ଦଳ ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୬. ୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ରାହୁଳ କୁମାର ସାହୁ ୨୬ ବଲରେ ୩୨ ରନ୍ ଓ ପରୁଷୋତ୍ତମ ପୁରୋହିତ ୧୮ ବଲରୁ୨୫ ରନ୍ ସଂଗ୍ରହ କରିଥିଲେ ।
ରାଉରକେଲା ଦଳର ଅମିତ ଦାସ୍, କୁନାଲ୍ ପଣ୍ଡା ଓ ଆଶିଷ ତିବାରୀ ୩ ଗୋଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଅଲ୍ ରାଉଣ୍ଡ ପ୍ରଦର୍ଶନ ପାଇଁ ରାଉରକେଲା ଦଳର ଅମିତ୍ ଦାସଙ୍କୁ ମେନ ଅଫ୍ ଦି ମ୍ୟାଚ ରେ ପୁରସ୍କୃତ କରାଯାଇଥିଲା ।
ଆଜିର ମ୍ୟାଚକୁ ଓସିଏର ପେନାଲ ଆମ୍ପାୟର୍ ବିଶ୍ୱଜିତ ପୁରୋହିତ, ବଲରାମ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମହେଶ କୁମାର୍ ମଲ୍ଲିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଧାରା ବିବରଣୀ ଆଶୁତୋଷ ଦାଶ ଓ ସୌରଭ ପତି ପ୍ରଦାନ କରିଥିଲେ ।
ଆସନ୍ତାକାଲି ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ପ୍ରୋଗ୍ରେସିଭ ଆସୋସିଏସନ ଝାରସୁଗୁଡା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

ଗଛରେ ପିଟିହୋଇ ବାଇକ ଆରୋହୀ ମୃତ, ଆଉଜଣେ ଗୁରୁତ୍ତର
ବୌଦ୍ଧ,୬/୨: ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ବଡବନ୍ଧ ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟି ହେବାରୁ ବାଇକର ଚାଳକ ମୃତ୍ୟୁ ବରଣ କରିଥିବାବେଳେ ପଛରେ ବସିଥିବା ଆଉଜଣେ ସାଥି ଗୁରୁତର ଅବସ୍ଥାରେ ବୁର୍ଲାସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶଯେ ଓଡି-୨୫-ଏଫ-୦୧୮୫ ନମ୍ବର ବିଶିଷ୍ଟ ବାଇକରେ ବୌଦ୍ଧ ସହର ପୋଡାପଡା ସାହିର କୌଶିକ ହୋତା ଓ ଭଦ୍ରକ ଜିଲ୍ଲା ବିହାର ଗାଡିଆ ଗ୍ରାମର ହିମାଂଶୁ ବେହେରା ଏହି ବାଇକରେ ନୟାଗଡ ଅଭିମୁଖେ ବୌଦ୍ଦରୁ ଯାଉଥିବାବେଳେ ବଡବନ୍ଧ ଛକ ନିକଟରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ ଏକ ଗଛରେ ପିଟିହୋଇଥିଲା ଫଳରେ ଘଟଣାସ୍ଥଳରେ ଚାଳକ କୌଶିକ(୨୦) ମୃତୁବରଣ କରିଥିବାବେଳେ ଗୁରୁତର ଅବସ୍ଥାରେ ହିମାଂଶୁକୁ ପ୍ରଥମେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କୌଶିକ ନୟାଗଡସ୍ଥିତ ନିଜ ଅଜାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଦେଖିବାପାଇଁ ନୟାଗଡ ଯାଉଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ସୋମବାର ତାଙ୍କ ଶବ ବ୍ୟବଛେଦ ହେବାପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ କୌଶିକ ବୌଦ୍ଧ ପଲିଟେକନିକ କଲେଜର ଦ୍ୱିତୀୟବର୍ଷ ଛାତ୍ର ଥିଲା । ତାଙ୍କ ବିୟୋଗରେ ଛାତ୍ର ମହଲରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ଦୁର୍ଘଟଣା ଗାଡିରୁ ଟଙ୍କା ଚୋରି ମାମଲା: ଗିରଫ ହେଲେ ୫ ଅଭିଯୁକ୍ତ, ଜବତ ହେଲା ୧୫ ଲକ୍ଷ ୧୫ ହଜାର ଟଙ୍କା
ବୌଦ୍ଧ,୭/୨: ବୌଦ୍ଧ ଜିଲ୍ଳା ବାଉଁଶୁଣୀ ଥାନାର ବହିରା ହାଇସ୍କୁଲ ଛକ ଠାରେ ଗତ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟା ସମୟରେ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଉ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଗାଡି ଚାଳକ ଓ ଗାଡିରେ ବସିଥିବା ଲୋକଙ୍କୁ ମାଡ ମାରିଥିଲେ ଓ ଗାଡିରେ ଥିବା ୧୫ ଲକ୍ଷ ୨୦ ହଜାର ଟଙ୍କା ସହିତ ବିଭିନ୍ନ ଜିନିଷ ଲୁଟି କରିନେଇଥିଲେ । ଏହି ଘଟଣାରେ ବାଉଁଶୁଣୀ ପୁଲିସ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ, ଗତ ଜାନୁଆରୀ ୨୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ତୁରକେଲା ଥାନାର ତେନ୍ତୁଳିଖୁଣ୍ଟା ଗ୍ରାମର ଇମରାନ ଖାନ ଓ ତାଙ୍କ ଡ୍ରାଇଭର ଏକ ସ୍କର୍ପିଓ ଗାଡିରେ ସୋନପୁର ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ବହିରା ହାଇସ୍କୁଲ ଛକ ଠାରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଜଣେ ସ୍ଥାନିୟ ଲୋକଙ୍କର ମୃତ୍ୟୁ ଘଟିଥିଲା ।
ଏଥିରେ ଲୋକେ ଉତେକ୍ତ ହୋଇ ସେମାନଙ୍କୁ ମାଡ ମାରିଥିଲେ । ମାଡରେ ଇମରାନ ଖାଁ ଓ ଗାଡି ଚାଳକ ଗୁରୁତର ହେବା ସହ ଚେତାଶୁନ୍ୟ ହୋଇପଡିଥିଲେ । ଗାଡିରେ ଥିବା ୧୫ ଲକ୍ଷ ୨୦ ହଜାର ଟଙ୍କା ଓ ଅନ୍ୟାନ ଜିନିଷ ଲୁଟ ହୋଇଥିଲା । ଇମରାନ ଭଲ ହେବା ପରେ ଗତ ୨୮.୧.୨୩ ରେ ଟଙ୍କା ଚୋରୀ ହୋଇଥିବା ନେଇ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ବାଉାଁଶୁଣୀ ପୁଲିସ ଏକ ମାମଲା ୩୪ /୨୩ରେ ରୁଜ କରି ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ତଦନ୍ତକୁ ଗମ୍ଭୀର ସହ ନେବା ସହ ଚୋର ମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଏହି ଚୋରି ଘଟଣାରେ ପୁଲିସ ବାଉଁଶୁଣୀ ଥାନାର ହରଡାପାଲି ଗ୍ରାମର କୁଳମଣି ମେହେର (୨୭), ବହିରା ଗ୍ରାମର ସୁରେଶ ଚନ୍ଦ୍ର ରଣା (୩୧) , ହେମାନନ୍ଦ ନାଏକ (୨୫) କିସାନ ନାଏକ ( ୨୫), ଓ ନିଳାଦ୍ରି ନାଏକକୁ ଗିରଫ କରି ସେମାନଙ୍କ ଠାରୁ ୧୫ ଲକ୍ଷ ୧୫ ହଜାର ଟଙ୍କା ଜବତ କରିବା ସହ ଶନିବାର ଦିନ କୋର୍ଟ ଚାଲାଣ କରାଅଛି ।
ବୌଦ୍ଧଜିଲ୍ଲା ବିଜେପିର ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୭/୨:ବୌଦ୍ଧଜିଲ୍ଲା ବିଜେପିର ନଗର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ନଗର ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦେଇ ମଣ୍ଡଳ ପ୍ରବାସ ଯୋଜନା, ମୋ ବୁଥ ମଜବୁତ୍ ମୋଦିଙ୍କ ଗରିବ କଲ୍ୟାଣ ଯୋଜନା ସବୁ ବର୍ଗର ଲୋକଙ୍କ ପାଖରେ ବାର୍ତା ଯେପରି ଶତପ୍ରତିଶତ ପହଞ୍ଚିବ ସେଥି ପାଇଁ ନିଷ୍ଠାର ସହ କାମ କରିବା ପାଇଁ ସମସ୍ତ କର୍ମକର୍ତ୍ତା ଙ୍କୁ ନିବେଦନ କରିଥିଲେ ।
ବୈଠକରେ ମଣ୍ଡଳ ପ୍ରଭାରୀ ମନ ରଞ୍ଜନ ଦାସ , ଜିଲ୍ଲା ବିଜେପି ଉପସଭାପି ଶ୍ୟାମ ସୁନ୍ଦର ପୁରୋହିତ, ଜିଲ୍ଲା ବିଜେପି ଆଇନ ପରାମର୍ଶ ଦାତା ଚିତ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ତାପସ ପଟ୍ଟନାୟକ, ଜିଲ୍ଲା ଉପ ସଭା ନେତ୍ରୀ ନମିତା ରାଣୀ ଦାସ ଯୋଗଦେଇ ମଣ୍ଡଳ ର ସମସ୍ତ କାର୍ଯ୍ୟକ୍ରମ କୁ ତଳ ସ୍ତରରେ ସୁବ୍ୟବସ୍ଥିତ ଭାବରେ କିପରି ପହଞ୍ଚି ପାରିବ ସେଥି ପାଇଁ ମୋ ବୁଥ ମଜବୁତ୍ ଉପରେ ଆଧାରିତ ଆଲୋଚନା କରି ଥିଲେ ।

ଚଳିତ ବର୍ଷ ବୌଦ୍ଧ ଜ଼ିଲ୍ଲା ର ୭୬ ହାଇସ୍କୁଲ ରେ ପରୀକ୍ଷା ଦେବେ ୬୫୯୪ ଜଣ ଛାତ୍ରଛାତ୍ରୀ
ବୌଦ୍ଧ,୭/୨: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଆଗାମୀ ସବମେଟିଭ ଏସ. ଏସ. ମେଣ୍ଟ ୨ (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ) ଆସନ୍ତା ମାର୍ଚ୍ଚ ୧୦ ତାରିଖ ରେ ହେବାକୁ ଥିବାରୁ ଶିକ୍ଷକ ମାନେ ପିଲାମାନଙ୍କୁ ନେଇ ୩ଟି ଗ୍ରୁପ କରିବେ ।
ଗ୍ରୁପ ଏ ରେ ୬୦ ପ୍ରତିଶତ ରୁ ୯୦ ପ୍ରତିଶତ ମାର୍କ ରଖିବା ଛାତ୍ରଛାତ୍ରୀ ରହିବେ,ଗ୍ରୁପ ଵି ରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏବଂ ଗ୍ରୁପ ସି ରେ ୪୦ ପ୍ରତିଶତରୁ ଅଧିକ ମାର୍କ ରଖୁ ଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ୩ ଟି ଗ୍ରୁପ କରି ୩ଜଣ ଶିକ୍ଷକ ମେଣ୍ଟର ରହିବେ ଏବଂ ସମସ୍ତ ଛାତ୍ର, ଛାତ୍ରୀ ଙ୍କ ଦାୟିତ୍ୱ ନେବେ ।
ପରୀକ୍ଷା ଆଉ ମାତ୍ର ୩୨ ଦିନ ଥିବା ବେଳେ ଛାତ୍ରଛାତ୍ରୀ କିଭଳି ଭଲ ନମ୍ବର ରଖି କୃତିତ୍ୱ ହାସଲ କରିବେ ସେ ଉପରେ ଜ଼ିଲ୍ଲାପାଳ ଦୃଷ୍ଟି ଦେଇଛନ୍ତି । ଶିକ୍ଷକ ମାନେ ଏ ବିଷୟରେ ଯତ୍ନବାନ ହେବେ,ଯେଉଁ ପିଲାମାନେ ପଢିବା ପାଇଁ ଚାହିଁଲେ ସକାଳ ୮.୩୦ ରେ ସ୍କୁଲ କୁ ଆସିବେ ।
ଅପରାହ୍ନ ୪ ରୁ ୬ ପର୍ଯ୍ୟନ୍ତ ଜଟିଳ ପ୍ରଶ୍ନ ର ଉତ୍ତର ପଚାରି ଛାତ୍ରଛାତ୍ରୀ ନିଜ ନିଜ ଦ୍ଵନ୍ଦ ଦୂର କରିବେ ,ରବିବାର ସକାଳ ୮.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ଶନିବାର ଦିନ ସକାଳ ୭ ଟା ରୁ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଜ଼ିଲ୍ଲାପାଳ ଜ଼ିଲ୍ଲା ର ସମସ୍ତ ସରକାରୀ ସ୍କୁଲ, ଆଶ୍ରମ ସ୍କୁଲ, ବ୍ଲକ ଗ୍ରାଣ୍ଟ ସ୍କୁଲ ରେ ଛାତ୍ରଛାତ୍ରୀ ଇ୧ ରେ ୩୦ ପ୍ରତିଶତ ସ୍ଥାନ ହାସଲ କରିବା ପାଇଁ ଜ଼ିଲ୍ଲା ଶିକ୍ଷାଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି କ୍ଷ ଛାତ୍ରଛାତ୍ରୀ ଙ୍କୁ ଅଧିକ ଧ୍ୟାନ ଦେଇ ଏକ୍ସଟ୍ରା କ୍ଳକ୍ଷ ସ, ଜଟିଳ ପ୍ରଶ୍ନ ର ଉତ୍ତର ସରଳ ଭାଷା ରେ ଦେଇ ଛାତ୍ରଛାତ୍ରୀ ଙ୍କ ମନରୁ ଦ୍ଵନ୍ଦ ଦୂର କରିବା, ଛୋଟ ଛୋଟ ଗ୍ରୁପ କରି ପିଲାମାନଙ୍କୁ ସୁପରଭିଜନ କରିବା ବିଷୟରେ ଜ଼ିଲ୍ଲାପାଳ ଆଲୋଚନା କରିଥିଲେ ।
ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ତହସିଲଦାର ଦେବୀ ପ୍ରସାଦ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ,ଆଗକୁ ଏହିଭଳି ସମସ୍ତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ଏ ବିଷୟରେ ଯତ୍ନବାନ ହେବାପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିଥିଲେ ।

ବୌଦ୍ଧ: ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ
ବୌଦ୍ଧ ,୭ /୨: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ । ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପଛ ପାଖ ଜଙ୍ଗଲରୁ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚିୟ ହେଲା ଜମୁପାଲିର ଅଜିତ ଭୋଇ ଓ ଯୁବତୀଙ୍କ ପରିଚୟ ମିଳୁନାହିଁ ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜମୁପାଲିର ଅଜିତ ଭୋଇ ଜଣେ ବିବାହିତ ସହିତ ତାଙ୍କର ଗୋଟେ ଝିଅ ଓ ପୁଅ ରହିଛି। ତେବେ ଅଜିତ କାମ କରିବାକୁ ତାମିଲନାଡୁ ଯାଇଥିବା ବେଳେ ସେଠାରେ ଜଣେ ଓଡ଼ିଆ ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ ।
ଏହି କଥାକୁ ଘର ଲୋକ ଓ ସ୍ତ୍ରୀ ସହଜରେ ଗ୍ରହଣ କରି ନପାରି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପ ଘରକୁ ଚାଲିଯାଇଥିବା ବେଳେ ଅଜିତ ନିଜର ପ୍ରେମିକଙ୍କ ସହ ରହୁଥିବା ଘର ଲୋକଙ୍କୁ ବି ପସନ୍ଦ ନଥିବା ଜଣାପଡିଛି ।
ତେବେ ଆଜି ସକାଳୁ ଗୌଡ଼ଦେଇ ସ୍ଥିତ ସରକାରୀ ଇଂଜିନିୟରିଂ କଲେଜ ପଛପଟ ଜଙ୍ଗଲରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031