Indus Valley Times

ସକାଳେ ମଲୟାଲୀ, ରାତିରେ ବଙ୍ଗାଳି ରୀତିରେ ବିବାହ କଲେ ମୌନି

 Breaking News

ସକାଳେ ମଲୟାଲୀ, ରାତିରେ ବଙ୍ଗାଳି ରୀତିରେ ବିବାହ କଲେ ମୌନି

January 28
11:44 2022

ଗୋଆ,୨୮/୧ : ଦିନରେ ମଲାୟଲି ତ ରାତିରେ ବଙ୍ଗାଳି ରୀତିନୀତିରେ ପଡ଼ିଲା ହାତଗଣ୍ଠି। ଶେଷର ପ୍ରେମ ପକ୍ଷୀରୁ ପତିପତ୍ନୀ ସାଜିଲେ ଟେଲିଭିଜନ ଜଗତର ପପୁଲାର ନାଗିନ ଓ ବିଜନେସମ୍ୟାନ ସୁରଜ ନାମ୍ବିଆ। ଦୀର୍ଘ ଦିନର ରିଲେସନ ପରେ ଶେଷରେ ଗୋଆର ଏକ ପଞ୍ଚ ତାରାକା ହୋଟେଲରେ ଗତକାଲି ଆୟୋଜିତ ହୋଇଥିଲା ଉଭୟଙ୍କ ମ୍ୟାରେଜ ସେରିମନି। ମଲୟାଲୀ ଓ ବଙ୍ଗାଳି ରୀତିନୀତିରେ ଉଭୟ ନେଇଛନ୍ତି ସାତଫେରା।
ଉଭୟ ମଲାୟଲି ଓ ବଙ୍ଗାଳି ବିବାହରେ ଖୁବ୍ ଗର୍ଜିୟସ ଓ ସୁନ୍ଦର ଲାଗୁଥିଲେ ମୌନି। ଦିନରେ ଲାଲ ବର୍ଡରର ହ୍ୱାଇଟ ଶାଢିରେ ପରି ଭଳି ଲାଗୁଥିବା ବେଳେ ରାତିରେ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ମୌନିଙ୍କ ଲୁକ୍ ଥିଲା ଖୁବ୍ ଆକର୍ଷଣୀୟ ।
ବଙ୍ଗାଳି ରୀତିନୀତିରେ ହୋଇଥିବା ବିବାହରେ ଉଭୟ ମୁକୁଟ ପିନ୍ଧି ନ ଥିଲେ ବି ଆଖି ଆଗରେ ପାନ ପତ୍ର ରଖି ମଣ୍ଡପରେ ପ୍ରବେଶ କରିଥିଲେ ମୌନି। ବଙ୍ଗାଳି ଲୁକ୍ କଥା କହିଲେ, ମୌନି ଏକ ମଟକା ସିଲ୍କ ମ୍ୟାଟେରିଆଲରେ ସବ୍ୟସାଚିଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଲାଲ ରଙ୍ଗର ବ୍ରାଇଡାଲ ଲେହେଙ୍ଗା ପିନ୍ଧିଥିଲେ। ଏଥିରେ ଏମ୍ୱ୍ରୋଡରିର ସୁକ୍ଷ୍ମ କାମ କରାଯାଇଥିଲା।
ଏଥିସହ ଏହାକୁ ଏକ ଓଢ଼ଣୀ ସହ ଯୋଡ଼ା ଯାଇଥିଲା। ଏହାବାଦ ମୌନି ଏକ ଅଲଗା ଦୁପଟା କ୍ୟାରି କରିଥିଲେ, ଯେଉଁଥିରେ ଭେଲଭେଟ ବର୍ଡରରେ ଗୋଲଡେନ ସୁତାରେ ‘ସୌଭାଗ୍ୟବତୀ ଭବଃ’ ବୋଲି ଲେଖା ଯାଇଥିଲା। ଋଷିକା ଦେବନାନୀ ତାଙ୍କ ଲୁକ୍କୁ ଫାଇନାଲ ଟଚ ଦେଇଥିବା ବେଳେ ଅନମୋଲ ଡିଜାଇନରର ଡିଜାଇନ ଅରନାମେଣ୍ଟ ପିନ୍ଧି ରାଜକୁମାରୀଠୁ କମ୍ ଲାଗୁ ନ ଥିଲେ ମୌନି।
ଗର୍ଜିଅସ୍ ଲାଲ ରଙ୍ଗର ଲେହେଙ୍ଗା ସହ ମୌନି ଲାଇଟ୍ ମେକଅପ୍କୁ ପସନ୍ଦ କରିଥିଲେ। ନ୍ୟୁଡ ଲିପଷ୍ଟିକ ସହ ସ୍ମୋକି ଆଇ ତାଙ୍କ ଲୁକ୍କୁ କମ୍ପ୍ଲିଟ କରୁଥିଲା। ଏହାବାଦ ଅଭିନେତ୍ରୀଜଣକ ହେଭି ଗଳାବନ୍ଧ ନେକଲେସ୍, ଇଅର ରିଙ୍ଗସ୍, ମଥା ପଟି, ନୋଥ ପିନ୍ଧିଥିଲେ । କ୍ରିମ୍ କଲର ସିଲ୍କ ଶେରୱାନିରେ ସୁରଜ ବି କୌଣସି ରାଜକୁମାରଠୁ କମ୍ ଲାଗୁ ନ ଥିଲେ। ଶେରୱାନିକୁ ମ୍ୟାଚ କରି ସେ ଏକ କ୍ରିମ୍ କଲର ଶଲ୍ ବି କ୍ୟାରି କରିଥିଲେ।
ସକାଳେ ହୋଇଥିବା ମଲୟାଲୀ ବିବାହରେ ଧଳା ଓ ନାଲି ସାଉଥ୍ ଇଣ୍ଡିଆ ଶାଢୀ ସହ ଟେମ୍ପଲ ଜୁଏଲାରୀ ପରିଧାନ କରିଥିଲେ ମୌନି । ନିଜ ସାଉଥ ଇଣ୍ଡିଆନ ଲୁକ୍କୁ ଫାଇନାଲ୍ ଟଚ୍ ଦେବାକୁ ମୌନି ଚୁଟିରେ ଗଜରା ମଧ୍ୟ ଲଗାଇଥିଲେ । ସେହିପରି ସୂରଜ ସାଦା ଗୋଲ୍ଡେନ କୁର୍ତ୍ତା ଓ ଧୋତି ପରିଧାନ କରିଥିଲେ।
ଉଭୟଙ୍କ ବିବାହରେ ଟିଭି ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରେଟି ଉପସ୍ଥିତ ଥିଲେ। ମୌନିଙ୍କ ଖାସ୍ ବନ୍ଧୁ ମନ୍ଦିରା ବେଦୀ, ଅର୍ଜୁନ ବିଜଲାନୀ, ନେହା, ପ୍ରଜ୍ଞା କପୁର ସମେତ ବହୁ ସେଲିବ୍ରିଟି ଏହି ବିବାହରେ ସାମିଲ ହୋଇଥିଲେ।
-ଓଡିଶା ରିପୋର୍ଟର

Tags
Goa
Share

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930