Indus Valley Times

ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍: ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧

 Breaking News

ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍: ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧

ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍: ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧
December 05
12:03 2022

ନୂଆଦିଲ୍ଲୀ, ୫/୧୨: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ ।
ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି । ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଦୂରରେ ଭୂକମ୍ପର ସଂଘଠିତ ହୋଛି । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ, ସୋମବାର ସକାଳୁ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟରସ୍କେଲରେ ୫.୧ ରେକର୍ଡ କରାଯାଉଛି । ଏହାର ଉତ୍ପତ୍ତି ସ୍ଥଳ ପୂର୍ବ-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି ।
ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଏବଂ ପଶ୍ଚିମବଙ୍ଗର ହଳଦିଆ ଠାରୁ ୩୭୦ କିଲୋମିଟର ଦୂରରେ ଏହାର ସେଣ୍ଟର ରହିଛି । କ୍ଷୟକ୍ଷତି ବାବଦରେ କିଛି ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930