Legatus

ସନ୍ଧ୍ୟାରେ ଫେରିବେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା

 Breaking News

ସନ୍ଧ୍ୟାରେ ଫେରିବେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା

ସନ୍ଧ୍ୟାରେ ଫେରିବେ ରାଜ୍ୟପାଳ: ବଢ଼ିଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା
May 17
15:58 2023

ଭୁବନେଶ୍ବର,୧୭/୫: ରାଜ୍ୟପାଳଙ୍କ ସୂଚୀରେ ପରିବର୍ତ୍ତନ ଘଟିଛି। ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚୀରେ ହଠାତ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି।
ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଛନ୍ତି ବୋଲି ସୂଚନା ରହିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ ଭିତରେ ପୁଣି ଥରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଜୋର ଧରିଛି।
ତେବେ ଦୌଡ଼ରେ ଥିବା କିଛି ନେତା ଆଜି ଦୁବାଇରୁ ଫେରୁଥିବା ସୂଚନା ରହିଛି। କୌଣସି ବି ମୁହୂର୍ତ୍ତରେ ବଡ଼ ଧରଣର ରାଜନୈତିକ ହଟଚମଟ ହୋଇପାରେ। ଓଡ଼ିଶା ଫେରି ଆସନ୍ତାକାଲି ଦିନ ୧୦ଟାରେ ପୁରୀ ଗସ୍ତରେ ଯିବେ ରାଜ୍ୟପାଳ ଗଣେଶୀ ଲାଲ୍। ସେଠାରେ ସେ ବନ୍ଦେ ଭାରତ ଟ୍ରେନର ଉଦଘାଟନ ଉତ୍ସବରେ ସାମିଲ ହେବେ। ରାଜଭବନ ଫେରି ପୁଣି ହରିଆଣା ଯିବେ ଏବଂ ପୁଣି ମେ ୨୨ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930