Indus Valley Times

ସପ୍ତମ ଓଡ଼ିଶା ରାଜ୍ୟ ସିନିୟର୍ ପେନକାକ ସିଲାଟ ଚାମ୍ପିଅନସିପ ଝାରସୁଗୁଡ଼ାଠାରେ ଅନୁଷ୍ଠିତ

 Breaking News

ସପ୍ତମ ଓଡ଼ିଶା ରାଜ୍ୟ ସିନିୟର୍ ପେନକାକ ସିଲାଟ ଚାମ୍ପିଅନସିପ ଝାରସୁଗୁଡ଼ାଠାରେ ଅନୁଷ୍ଠିତ

ସପ୍ତମ ଓଡ଼ିଶା ରାଜ୍ୟ ସିନିୟର୍ ପେନକାକ ସିଲାଟ ଚାମ୍ପିଅନସିପ ଝାରସୁଗୁଡ଼ାଠାରେ ଅନୁଷ୍ଠିତ
May 08
12:07 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୮/୫: ଏକ ଦିବସୀୟ ରାଜ୍ୟ ପେନକାକ୍ ଶିଲାଟ ଚାମ୍ପିଅନସିପ ପ୍ରତିଯୋଗିତା ଝାରସୁଗୁଡ଼ା ର କକ୍ସ କଲୋନୀ ପରିସରରେ ଥିବା ଜ୍ୟୋତି ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ର ୧୫ ଟି ଜିଲ୍ଲା ରୁ ୧୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ସେହିଭଳି ବଲାଙ୍ଗୀର ଜିଲ୍ଲା ପେନକାକ ସିଲଟ ଆସୋସିଏସନ୍ ରୁ ୨ ଜଣ ପ୍ରତିଯୋଗୀ ଗୁରୁ ପ୍ରଶାନ୍ତ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏହି ପ୍ରତିଯୋଗିତା ରେ ଯୋଗଦାନ କରି ତିନିଗୋଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ବଲାଙ୍ଗୀର ର ପ୍ରିନ୍ସ ପାତ୍ର ଟେଣ୍ଡିଂ ଫାଇଟ ଏବଂ ତୁଙ୍ଗଲ ରେ ୨ ଗୋଟି ବ୍ରୋଞ୍ ପଦକ ହାସଲ କରିଥିବାବେଳେ ଧନପତି ମେହେର ଟେଣ୍ଡିଙ୍ଗ ଫାଇଟ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଅନୁଷ୍ଠିତ ଏକ ଦିବସୀୟ ସିନିୟର୍ ରାଜ୍ୟ ପେନକାକ ସିଲଟ ଚାମ୍ପିଅନସିପ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଏହି ସଂସ୍ଥାର ରାଜ୍ୟ ସଭାପତି ତାପସ କୁମାର ରାଏ ଏବଂ ରାଜ୍ୟ ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ସାର୍ଟିଫିକେଟ ଏବଂ ପଦକ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031