Indus Valley Times

ସପ୍ତାହବ୍ୟାପୀ ସାଧାରଣତନ୍ତ୍ର ଉତ୍ସବ ପାଳନ: ରିକ୍ସା ଚାଳକ ଓ ପରିବା ଦୋକାନିକୁ ନିମନ୍ତ୍ରଣ

 Breaking News

ସପ୍ତାହବ୍ୟାପୀ ସାଧାରଣତନ୍ତ୍ର ଉତ୍ସବ ପାଳନ: ରିକ୍ସା ଚାଳକ ଓ ପରିବା ଦୋକାନିକୁ ନିମନ୍ତ୍ରଣ

ସପ୍ତାହବ୍ୟାପୀ ସାଧାରଣତନ୍ତ୍ର ଉତ୍ସବ ପାଳନ: ରିକ୍ସା ଚାଳକ ଓ ପରିବା ଦୋକାନିକୁ ନିମନ୍ତ୍ରଣ
January 20
23:39 2023

ନୂଆଦିଲ୍ଲୀ, ୨୦/୧: ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜଲୱା ଦେଖାଇବେ ଭାରତୀୟ ସେନାର ୫୦ ଲଢ଼ୁଆ ବିମାନ । ଏହି ୫୦ ବିମାନ ମଧ୍ୟରେ ରହିଛି ୯ଟି ରାଫେଲ୍ ଏବଂ ନୌସେନାର ଏଇ.ଏଲ-୩୮ । ପ୍ରଥମ ଥର ପାଇଁ ଏଇ.ଏଲ-୩୮, ଭୀମ୍ ଏବଂ ବଜରଙ୍ଗ ଫର୍ମେସନ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ପ୍ରଦର୍ଶନ ହେବ ।
ଚଳିତ ବର୍ଷ ସପ୍ତାହବ୍ୟାପୀ ସାଧାରଣତନ୍ତ୍ର ଉତ୍ସବ ପାଳନ ହେବ। ଜାନୁଆରି ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜନ୍ମ ତିଥିରେ ସାଧାରଣତନ୍ତ୍ର ଉତ୍ସବ ଆରମ୍ଭ ହୋଇ ଜାନୁଆରି ୩୦ ତାରିଖ ସହିଦ ଦିବସରେ ଏହା ଶେଷ ହେବ। ଏଥର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ରିକ୍ସା ଚାଳକ ଏବଂ ପରିବା ଦୋକାନୀଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି। ପରେଡ୍ ସମୟରେ ସେମାନେ ମୁଖ୍ୟ ମଞ୍ଚର ସାମ୍ନା ଧାଡ଼ିରେ ବସିବେ।
ସେହିପରି ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣରେ ସହଯୋଗ କରିଥିବା କର୍ମୀ ତଥା ଶ୍ରମଜୀବୀଙ୍କୁ ମଧ୍ୟ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ଉତ୍ସବର ଥିମ୍ ହେଉଛି, ‘ସାଧାରଣ ଲୋକଙ୍କ ଅଂଶଗ୍ରହଣ’।
ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍ ସିସି ଏଥର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031