Indus Valley Times

ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ଙ୍କ ଶୁଭେଚ୍ଛା

 Breaking News

ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ଙ୍କ ଶୁଭେଚ୍ଛା

August 13
10:22 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୟାଗଡ,୧୩/୮: ରାଜ୍ୟରେ ବୁଧବାର ଦିନ +୨ ବିଜ୍ଞାନ ଫଳ ପ୍ରକାଶ ପାଇଥିବା ବେଳେ ନୟାଗଡ ଜିଲ୍ଲା ରେ ପାସ ହାର ୮୬.୫୧ ପ୍ରତିଶତ ରହିବା ଯୋଗୁଁ ନୟାଗଡ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି।ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ଉମେଶ ଦାଶ ୫୪୬ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ସ୍ଵାତୀ ପ୍ରକୃତି ଦାଶ ୫୪୧ ନମ୍ୱର୍ ରଖି ଜିଲ୍ଲାରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି।ନୟାଗଡ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା +୨ କଳା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ,ଅଧ୍ୟାପକ ,ଅଧ୍ୟାପିକା, ଏବଂ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ମୟ ଭବିଷ୍ୟତ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031