Indus Valley Times

ସବୁ କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

 Breaking News

ସବୁ କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

ସବୁ କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ
October 11
16:46 2025

ଭୁବନେଶ୍ୱର, ୧୧/୧୦ : ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି । ବଦଳିଗଲା ନୂଆପଡ଼ା ଆସନ ସମୀକରଣ ଏବଂ ସବୁଜ ରଙ୍ଗ ପୋଷ୍ଟର ହୋଇଗଲା ଗେରୁଆ ରଙ୍ଗ । ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ପ୍ରଥମ ଝଟକା ଲାଗିଛି ।
ଭୁଶୁଡ଼ି ଯାଇଛି ବିଜେଡ଼ି ଦୁର୍ଗ । ଶେଷରେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।
ଶନିବାର ଶତାଧିକ ସମର୍ଥକଙ୍କ ସହିତ ବଡ଼ ଶୋଭାଯାତ୍ରାରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ପଦ୍ମ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଭାପତି ମନମୋହନ ସାମଲଙ୍କ ବହୁ ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ଯୋଗଦେଇଛନ୍ତି ।
ଜୟ ଢୋଲକିଆରେ ବିଜେଡ଼ିରୁ ଉପନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି ଜୟ । ଦୁଲୁକିଥିଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଓ ନୂଆପଡ଼ା ରାସ୍ତା । ସେପଟେ ନୂଆପଡ଼ାରେ ମଧ୍ୟ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା ।
କାହା ହାତରେ ଦଳୀୟ ପତାକା କିମ୍ବା ପୋଷ୍ଟର ନ ଥିଲା, ତଥାପି ଜୟଙ୍କୁ ସମର୍ଥନ କରିବାକୁ ଆସିଥିବା କହିଥିଲେ । ଏପଟେ ନୂଆପଡ଼ା ଉପନିର୍ବାଚନ ଉଷ୍ଣ ଭୁବନେଶ୍ୱରରେ ଅନୁଭବ କରିହେଉଥିଲା । ଜୟଙ୍କ ସାଙ୍ଗରେ ଥିଲେ ଶହ ଶହ ସଂଖ୍ୟାରେ ସମର୍ଥକ । ଶୋଭାଯାତ୍ରା ଚାଲିଥିଲା ବିଜେପି କାର୍ଯ୍ୟାଳୟକୁ ।
ଢୋଲ, ବାଜାର ତାଳେ ତାଳେ ସମର୍ଥକଙ୍କ ସହିତ ଜୟ ଆସି ଅପରାହ୍ନ ସାଢ଼େ ୩ଟା ବେଳକୁ କାର୍ଯ୍ୟାଳୟରେ ପହଁଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତରୀୟ ପିନ୍ଧାଇଥିବାବେଳେ ଏବଂ ମନମୋହନ ସାମଲଙ୍କ ଅନୁରୋଧରେ କନକ ବର୍ଦ୍ଧନ ସିଂହ ଦେଓ ଦଳୀୟ ଟୋପି ପିନ୍ଧାଇ ଜୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ମିଶ୍ରଣ ପର୍ବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଉଚ୍ଚି ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଅନ୍ୟ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031