Indus Valley Times

ସମାଜସେବୀଙ୍କ ପିତୃ ବିୟୋଗ

 Breaking News

ସମାଜସେବୀଙ୍କ ପିତୃ ବିୟୋଗ

August 30
11:25 2020

ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରୁ ରଶ୍ମି ରଞ୍ଜନ ପରିଡା ଙ୍କ ରିପୋର୍ଟ

ନୟାଗଡ, ୨୯/୮: ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଆଡକତା ଗ୍ରାମପଂଚାୟତ ର ସମାଜସେବୀ ରାଜକିଶୋର ଡାଙ୍ଗୁଆ ଙ୍କ ପିତା ଭାଗିରଥି ଡାଙ୍ଗୁଆ ଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି ।
ହଦପସି ସ୍ଥିତ ନିଜ ବାସଭବନ ଶନିବାର ଦିନ ସଖାଳ ୭ଘଟିକା ସମୟରେ ତାଙ୍କର ବିୟୋଗ ଘଟିଥିଲା ।
ଭାଗିରଥି ଡାଙ୍ଗୁଆ ଅଂଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ, ସେ ଏକାଧାରରେ ଜଣେ ସରଳ, ନିଷ୍କପଟ ଓ ପରୋପକାରୀ ବ୍ୟକ୍ତି ଥିଲେ । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଆୟୁର୍ବେଦ ଚିକିତ୍ସା ଯୋଗୁଁ ଅଂଚଳର ଲୋକମାନେ ମାଗଣାରେ ଅନେକ ଦୁରାରୋଗ୍ୟ ବ୍ୟାଧି ରୁ ଆରୋଗ୍ୟ ହୋଇ ପାଇପାରୁ ଥିଲେ ।ତାଙ୍କର ବିୟୋଗ ରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶବ ଶୋଭାଯାତ୍ରା ରେ ଜ଼ିଲ୍ଲାର ବିଭିର୍ନ ପ୍ରାନ୍ତରୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେବା ସହ ଶେଷ ଦର୍ଶନ କରିଥିଲେ । ସମାଜସେବୀ ରାଜକିଶୋର ଡାଙ୍ଗୁଆ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ତାଙ୍କ ବଡ ଭାଇ ରମେଶ ଚନ୍ଦ୍ର ଡାଙ୍ଗୁଆ ଜଣେ ବ୍ୟବସାୟୀ ଅଟନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031