Indus Valley Times

ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ କପିଲ, ଶାହାରୁଖଙ୍କ ପାଇଁ ବଞ୍ଚିଯାଇଛି ଜୀବନ

 Breaking News

ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ କପିଲ, ଶାହାରୁଖଙ୍କ ପାଇଁ ବଞ୍ଚିଯାଇଛି ଜୀବନ

ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ କପିଲ, ଶାହାରୁଖଙ୍କ ପାଇଁ ବଞ୍ଚିଯାଇଛି ଜୀବନ
November 08
16:35 2021

ନୂଆଦିଲ୍ଲୀ, ୮/୧୧ : କପିଲ ଶର୍ମାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଦେଶର କୋଣ ଅନୁକୋଣରେ ଅଛନ୍ତି। ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆସିଥାଏ, କପିଲ ଶର୍ମାଙ୍କ ଜୀବନରେ ମଧ୍ୟ ଏପରି ଖରାପ ସମୟ ଆସିଥିଲା।
ସେ ଏତେ ଅସୁବିଧାରେ ପଡ଼ିଗଲେ ଯେ ତାଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ମଧ୍ୟ ଆସିଥିଲା।
କପିଲ ଶର୍ମା ଜଣେ ଏଭଳି ଅଭିନେତା ଯିଏକି ତାଙ୍କ କଠିନ ପରିଶ୍ରମ ବଳରେ ବହୁତ କିଛି ହାସଲ କରିଛନ୍ତି। କିନ୍ତୁ ତାଙ୍କ ଜୀବନରେ ବି ଅନେକ ଉଠାଣି-ଗଡ଼ାଣି ଭଳି ସମୟ ଆସିଛି।
ଏହି ସମୟରେ ସେ ଆତ୍ମହତ୍ୟା କରିବେ ବୋଲି ବି ଚିନ୍ତା କରିଥିଲେ। ଏଭଳି ପରିସ୍ଥିତିରେ ଶାହାରୁଖ ଖାନ କପିଲଙ୍କୁ ସାହାଯ୍ୟ କରି ତାଙ୍କୁ ଅସୁବିଧାରୁ ବାହାର କରିଥିଲେ ବୋଲି ନିଜେ ହାସ୍ୟାଭିନେତା ଏହି କଥା କହିଛନ୍ତି।
ଫିଲ୍ମ ‘ଫିରଙ୍ଗି’ ସମୟରେ କପିଲ କହିଥିଲେ ଯେ ଶାହାରୁଖ ଖାନ ତାଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ମାର୍ଗଦର୍ଶନ କରିଛନ୍ତି ଏବଂ ତାଙ୍କୁ ମଦ୍ୟପାନ କରିବାରୁ ଦୂରେଇ ରଖିଥିଲେ। କପିଲ କହିଥିଲେ ଯେ ଏମିତି ଏକ ସମୟରେ ମୋ ଜୀବନରେ ଆସିଥିଲା କି, ମଞ୍ଚରେ ଅଭିନୟ କରିବାକୁ ମଧ୍ୟ ଭୟ ଲାଗୁଥିଲା।
ଏଭଳି ଅବସ୍ଥା ଦେଖି ତାଙ୍କର ଜଣେ ବନ୍ଧୁ ତାଙ୍କୁ କିଛି ଦିନ ପାଇଁ ତାଙ୍କ ସାମୁଦ୍ରିକ ଆପାର୍ଟମେଣ୍ଟରେ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଆପାର୍ଟମେଣ୍ଟରେ ରହିବା ସମୟରେ ଘର ସାମ୍ନାରେ ଥିବା ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହିଁଥିଲେ କପିଲ।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031