Indus Valley Times

ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ

 Breaking News

ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ

ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ
May 16
08:43 2025

ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୫ : ନୟାଗଡ ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ନୟାଗଡ଼ ଜଜସିପ ପ୍ରଶାସନିକ ଦାୟିତ୍ୱ ରେ ଥିବା ଓଡିଶା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ଜଷ୍ଟସ ଚିତ୍ତରଞ୍ଜନ ଦାଶ ଯୋଗଦେଇ ଥିଲେ ।
ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜଷ୍ଟିସ ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚରଣ ରେ ପ୍ରଦୀପ ପ୍ରଜ୍ଜଳନ କରିଵା ପରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ସଭାପତି ଶ୍ରୀ ରଣଜିତ ଦାଶ ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର ଜଷ୍ଟିସ ଦାଶ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରି ଶ୍ରଦ୍ଧା ଉପହାର ପ୍ରଦାନ କରିଥିଲେ ।
ମାଟ୍ରିକ ପରୀକ୍ଷା ରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ହାସଲ କରି ଜିଲ୍ଲରେ ଟପର ଏବଂ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଯୁବ ଆଇନଜୀବୀ ଶ୍ରୀ ସୁରେଶ କୁମାର ପ୍ରଧାନ ଙ୍କୁ ସୁପୁତ୍ର ଆଶିଷ ପ୍ରଧାନ ଙ୍କୁ ଜଷ୍ଟିସ ଦାଶ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ସମେତ ଜିଲ୍ଲାକୋର୍ଟ ର ସମସ୍ତ ବରିଷ୍ଠ ବିଚାରପତି, ଡିଏଲଏସଏ ସଚିବ, ଜିଲ୍ଲାର ପ୍ରତ୍ୟେକ କୋର୍ଟ ବିଚାରପତି ଗଣ ଏବଂ ଜିଲ୍ଲା ଓକିଲ ସଙ୍ଘର ସମସ୍ତ ସଦସ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ଉପଭୋଗ କରିଥିଲେ । ସଂଘର ଉପସଭାପତି ସନ୍ତୋଷ ରାଉତରାୟ, ସହ ସମ୍ପାଦକ ଶ୍ରୀ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଶ୍ରୀ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031