Indus Valley Times

ସମ୍ବଲପୁରରେ ୧୫ ଲକ୍ଷ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ସହ ୬ ଜଣ ଗିରଫ

 Breaking News

ସମ୍ବଲପୁରରେ ୧୫ ଲକ୍ଷ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ସହ ୬ ଜଣ ଗିରଫ

ସମ୍ବଲପୁରରେ ୧୫ ଲକ୍ଷ ୮୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ସହ ୬ ଜଣ ଗିରଫ
August 08
16:39 2021

ସମ୍ବଲପୁର, ୮/୮ : ସମ୍ବଲପୁରରେ ଜାଲ୍ ନୋଟ କାରବାର। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୁଲିସ । ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ ।
ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ପାଖରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ରେ ।
ଚା ପିଇବା ପରେ ଜାଲ୍ ଦେବାକୁ ନେଇ ଝଗଡ଼ା ହେବାରୁ ଘଟଣା ଥାନାରେ ପହଞ୍ଚିଥିଲା । ପୁଲିସ ଏହାର ତଦନ୍ତ କରୁ କରୁ ଜାଲ୍ ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ସମ୍ବଲପୁରରେ ଜାଲ ନୋଟ କାରବାର ଛତିଶଗଡ଼ରୁ ଅପରେଟ୍ ହେଉଥିବା ଜଣାପଡ଼ିଥିଲା ।
ଏନେଇ ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଛତିଶଗଡ଼ର ରାୟଗଡ଼ରେ ଟଙ୍କା ଛପା ଯାଇ ଏଠାକୁ ଆସୁଥିଲା । ଏନେଇ ଚଢ଼ଉ ପରେ ୬ ଜଣଙ୍କୁ ଗିରଫ କରାଯାଇଛି।
ଏହାପରେ ସେମାନଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି । ତେବେ ସମସ୍ତଙ୍କୁ କୋର୍ଟରେ ହଜାର ପରେ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସ ଯୋଜନା କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031