Indus Valley Times

ସମ୍ବିଧାନ ପ୍ରଣେତା ଡଃ ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇ ନୟାଗଡ଼ ସହରର ପ୍ରମୁଖ ଛକ ସ୍ଥାନ ରେ ଜମି ଚିହ୍ନଟ କରାଯିବା ପାଇଁ ଜିଲ୍ଲପାଳଙ୍କୁ ଅନୁରୋଧ

 Breaking News

June 03
20:45 2025

ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୬ : ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ଦେଶ ଭାରତ ବର୍ଷ ର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରି ନାହିଁ ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ ବି.ଆର୍ ଆମ୍ବେଦକର କ୍ଲବ ସଦସ୍ୟ ମାନେ ମିଳିତ ଭାବେ ବାବା ସାହେବ ଆମ୍ୱେଦକର ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତ ଭାବେ ନିଷ୍ପତି କରି ଜିଲ୍ଲପାଳ ଙ୍ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏଥିପାଇଁ ନୟାଗଡ଼ ସହରର ଏକ ପ୍ରମୁଖ ଛକ ସ୍ଥାନ ରେ ୧୦୦ ବର୍ଗ ଫୁଟ(୧୦ଲଗ୍ଧ୍ଠ୧୦ଲଗ୍ଧ) ସରକାରୀ ଜମି ଚିହ୍ନଟ କରାଗଲେ ।ଆମ୍ଭେ ଅଗଷ୍ଟ ୧୫ ସ୍ବାଧିନତା ଦିବସ ପବିତ୍ର ତିଥିରେ ମହାମନୀଷୀ ସମ୍ଭିଧାନ ପ୍ରଣେତା ଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ ବୋଲି ଜିଲ୍ଲପାଳ ଙ୍କୁ ଅନୁରୋଧ କରିଛନ୍ତି ।
ସ୍ଥାନୀୟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ରଣପୁର କଂଗ୍ରେସ ନେତା ତଥା ସମାଜସେଵୀ ଶ୍ରୀ ବିଭୂପ୍ରସାଦ ମିଶ୍ର ଏବଂ ଡ଼ ଭୀମରାଓ ଆମ୍ବେଦକର ଅନୁଷ୍ଠାନ ସଭାପତି ଶ୍ରୀ କୈଳାସ ଦଳେଇ,
ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ଦଳେଇ,କୋଷାଧ୍ୟକ୍ଷ ଶ୍ରୀ ବିଶାଲ ଦଳେଇ,ସହ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ନାୟକଙ୍କ ସମେତ କ୍ଲବ ସଦସ୍ୟ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031