Legatus

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର

 Breaking News

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା, କହିଲେ ଏବେ ସ୍ପଷ୍ଟ ହୋଇନି ଚିତ୍ର
September 22
17:58 2023

ଭୁବନେଶ୍ୱର,୨୨/୯ : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।
ଆଇଏମଡି ଡିଜି ଆହୁରି କହିଛନ୍ତି, ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ।
ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ।
ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଞ୍ଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାର୍ହି। ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ।
ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ। ଏହି ମାସରେ ବାତ୍ୟା ହୋଇଥାଏ। ଆମେ ଏହା ଉପରେ ନଜର ରଖିଛୁ। ଲଘୁଚାପ ସୃଷ୍ଟି ହେଲେ ରୂପରେଖ ଜଣାପଡ଼ିବ। ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930