Indus Valley Times

ସମ୍ ଅଲ୍ଟିମେଟ୍‌ରୁ ଡିସଚାର୍ଜ ହେଲେ ନବୀନ, ଡିହାଇଡ୍ରେସନ୍ କାରଣରୁ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

 Breaking News

ସମ୍ ଅଲ୍ଟିମେଟ୍‌ରୁ ଡିସଚାର୍ଜ ହେଲେ ନବୀନ, ଡିହାଇଡ୍ରେସନ୍ କାରଣରୁ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ସମ୍ ଅଲ୍ଟିମେଟ୍‌ରୁ ଡିସଚାର୍ଜ ହେଲେ ନବୀନ, ଡିହାଇଡ୍ରେସନ୍ କାରଣରୁ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
August 21
10:35 2025

ଭୁବନେଶ୍ୱର, ୨୧/୮ : ଡିହାଇଡ୍ରେସନ କାରଣରୁ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସଚାର୍ଜ ହୋଇଛନ୍ତି ।
ସୁସ୍ଥ ହୋଇ ସେ ଆଜି ନବୀନ ନିବାସକୁ ଫେରିଛନ୍ତି । ହସ୍ପିଟାଲ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି ।
ଯେଉଁଥିରେ ସେ ସଂପୂର୍ଣ୍ଣ ଭଲ ଥିବା କହିଛନ୍ତି । ଭଲ ଯତ୍ନ ନେଇଥିବା ସମ ଅଲଟିମେଡ ମେଡିକେୟାରର ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ଅସୁସ୍ଥ ଥିବା ବେଳେ ମୋର ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଥିବା ଲୋକଙ୍କୁ ମୋର ଧନ୍ୟବାଦ ।
ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିରୋଧୀ ଦଳ ନେତା ନବୀନଙ୍କୁ ଫୋନ କରି କଥା ହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ଏଥିସହ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଦିଲ୍ଲୀ ଆସିଲେ ଭେଟିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ।
ସୂଚନାଯୋଗ୍ୟ, ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଡିହାଇଡ୍ରେସନରୁ ଅସୁସ୍ଥତା ଅନୁଭବ କରିବାରୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ନବୀନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅସୁସ୍ଥତା ଖବର ଶୁଣିବା ପରେ ମେଡିକାଲ୍କୁ ଦଳୀୟ ନେତାଙ୍କ ଆଗମନ ଛୁଟିଥିଲା। ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ସହ ସୁସ୍ଥତା ଅନୁଭବ କରିଥିଲେ ନବୀନ ।
ଉଲ୍ଲେଖନୀୟ , କିଛି ଦିନ ତଳେ ମୁମ୍ବାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନବୀନ ନିବାସକୁ ଡାକ୍ତରୀ ଦଳ ଯାଉଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031