Indus Valley Times

ସରକାରୀ ବାସଭବନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

 Breaking News

ସରକାରୀ ବାସଭବନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

December 03
20:21 2020

ଭୁବନେଶ୍ୱର,୩/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କୁ ଗୁରୁବାର ଦିନ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇନେଇଛି । ପ୍ରଦୀପ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଥିଲା ବେଳେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ୮ ଜଣ ଅଧିକାରୀ ଆସି ତାଙ୍କୁ ଉଠାଇ ନେଇ ଜେରା ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଟ୍ବିଟ୍ କରି ସୂଚନା ଦେଇଛି ।
ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଉଛି। ଭୁବନେଶ୍ବର ଇଓଡବ୍ଲୁ ଅଫିସରେ ତାଙ୍କୁ ମାମଲାର ଆଇଓଙ୍କ ସମେତ ୫ ଜଣ ଅଧକାରୀ ଜେରା କରୁଛନ୍ତି ।
ଅନ୍ୟପଟେ ତାଙ୍କର ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ସ୍ବାମୀଙ୍କ ବିରୋଧରେ ଷଡ଼୍ୟନ୍ତ୍ର ହୋଇଛି। ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ମୋତେ ଜଣାଯାଉ। ତାଙ୍କର ଯଦି କିଛି ହିୁଏ ତେବେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି। ରାଜନୈତିକ ଷଡ଼ଯନ୍ତ୍ର ପାଇଁ ହାରାସ କରାଯାଉଛି।”
ଆଜି ପ୍ରଦୀପଙ୍କୁ ଉଠାଇବା ପୂର୍ବରୁ ପ୍ରଦୀପ ଆଜି ଗଞ୍ଜାମର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଅସ୍ତ୍ର ଛାଡ଼ିଥିଲେ। ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ଦେଇ ପ୍ରଦୀପ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଖୋଲିଥିଲେ। କହିଛନ୍ତି, ମୋ ପଛରେ ଯେମିତି ଲାଗିଛ ସେମିତି ଡାଲି ଦୁର୍ନୀତି ଉପରେ ଖୋଳତାଡ଼ କରୁନ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପ୍ରାୟ ୨୦୦୭ରୁ ୨୦୧୧ ପର‌୍ୟ୍ୟନ୍ତ ଗଞ୍ଜାମରେ ଜିଲ୍ଲାପାଳ ଥିଲେ। ୨୦୧୧ରେ ଡାଲି ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ସମୟରେ ସାରା ରାଜ୍ୟରେ ଡାଲି ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ଥିଲା। ସମ୍ପୃକ୍ତ ଜିଲ୍ଲାପାଳଙ୍କ ନାମରେ ଭିଜିଲାନ୍ସରେ ମାମଲା ମଧ୍ୟ ହୋଇଥିଲା। ସେହି ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930