Indus Valley Times

ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି ୯୫%ଲୋକ : ରାଜ୍ୟପାଳ

 Breaking News

ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି ୯୫%ଲୋକ : ରାଜ୍ୟପାଳ

ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି ୯୫%ଲୋକ : ରାଜ୍ୟପାଳ
June 23
16:58 2025

ଭୁବନେଶ୍ୱର,୨୩/୬: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି ଅଫିସର ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି ନାହାନ୍ତି ବୋଲି ରାଜ୍ୟପାଳ କ୍ଷୋଭ ପ୍ରକାଶ କରି କହିଛନ୍ତି।
ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ୍ କିଏ ଦେଇ ନ ପାରିବ ବୋଲି କହିଛନ୍ତି ରାଜ୍ୟପାଳ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031