Legatus

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଶିବରାମ ଆକ୍ଵା ଗାର୍ଡ଼ ପ୍ରଦାନ କଲେ

 Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଶିବରାମ ଆକ୍ଵା ଗାର୍ଡ଼ ପ୍ରଦାନ କଲେ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଶିବରାମ ଆକ୍ଵା ଗାର୍ଡ଼ ପ୍ରଦାନ କଲେ
April 12
20:45 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ଶୁଦ୍ଧ ପାଣି ଯୋଗାଇବା ନେଇ ଏକ ଆକ୍ଵା ଗାର୍ଡ଼ ପ୍ରଦାନ କରିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ,ଭୁବନେଶ୍ବର ସ୍ଥିତ ଶ୍ରୀରାମ ପ୍ରଭାତ ଶାଖାର ସ୍ଵୟଂ ସେବକ ତଥା ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ଜେନେରାଲ ମ୍ୟାନେଜର ଶିବରାମ ଆଚାରୀ ଓ ତାଙ୍କ ଧର୍ମ ପତ୍ନୀ ଉଷାରାଣୀ ଆଚାରୀ ।
ଶୁକ୍ରବାର ସକାଳ ପ୍ରାର୍ଥନା ସଭାରେ ଏକ ଛୋଟିଆ କାର୍ଯ୍ୟକ୍ରମରେ ଶ୍ରୀଆଚାରୀ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଆଚାରୀ କହିଛନ୍ତି ଯେ, ସେମାନେ ଦୁହେଁ ସ୍ଵୟଂ ସେବକ ହୋଇଥିବାରୁ ଏକ ସୁନ୍ଦର ରାଷ୍ଟ୍ର ଗଠନ ତାଙ୍କର ମୂଳ ଲକ୍ଷ ରହିଛି, ଏହି ଶିଶୁ ବିଦ୍ୟା ମନ୍ଦିର ରେ ପଢୁଥିବା ଛୋଟ ଛୋଟ ଶିଶୁ ଆଗାମୀ ରାଷ୍ଟ୍ର ଗଠନର ସାରଥି ସାଜିବେ, ଏଣୁ ଏହି ଗାଁ ଆମ ପରିବାର ଏହି ବିଦ୍ୟାମନ୍ଦିର ମୋ ଘର ଏଠାରେ ପଢୁଥିବା ସମସ୍ତ ଶିଶୁ ମୋର ଆମ ପରିବାରର ଏମାନଙ୍କ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ଵ ଏଣୁ ମୋ ପିଲା ମାନଙ୍କୁ ଶୁଦ୍ଧ ପାଣି ଟୋପାଏ ଦେବା ପାଇଁ ଏହି ଆକ୍ଵା ଗାର୍ଡ଼ଟି ପ୍ରଦାନ କରିଛି ବୋଲି ଶ୍ରୀ ଆଚାରୀ ପ୍ରକାଶ କରିଛନ୍ତି ।
ଏହି ବିଦ୍ୟାମନ୍ଦିର ରେ ପଢୁଥିବା ଏକ ହଜାର ଶିଶୁ ଏହାର ଲାଭ ଉଠାଇବେ ଏହା ମୋର ଲକ୍ଷ୍ୟ ।
ଏହି ଆକ୍ଵା ଗାର୍ଡ଼ ପ୍ରଦାନ କାର୍ଯ୍ୟକ୍ରମରେ ଶିବରାମ ଆଚାରୀ ଙ୍କ ସାନ ଭାଇ ପଞ୍ଚାନନ ଆଚାରୀ, ଗୀତାଞ୍ଜଳି ଆଚାରୀ,ଗୌରୀ ଶଙ୍କର ଆଚାରୀ ,ମାହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ମାଲିକ ସୀତାରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗୁରୁମା ମମତା ମହାରଣା ସମସ୍ତ ଅତିଥିଙ୍କ ପରିଚୟ କରିବା ସହ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରତି ଆଚାରୀ ପରିବାର ର ସହଯୋଗ ରହିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ
ବାଲିଗୁଡ଼ା, ୧୨/୪: ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଁଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୁଇଟି ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖାଯାଇଛି ।
କଡ଼ା ସୁରକ୍ଷା ବଳୟରେ ବାଲିଗୁଡ଼ା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଜି. ଉଦୟଗିରି ପାଇଁ ଆଦିବାସୀ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମରେ ରଖାଯାଇଛି କ୍ଷ
ଆଗାମୀ ସାଧାରଣ ନିର୍ବାଚନରେ ଅବାଧ, ନିରପେକ୍ଷ,ନିର୍ଭୁଲ ଓ ନିର୍ଭିକ ଭାବରେ ଯେଭଳି ଭୋଟର ମତ ସାବ୍ୟସ୍ତ କରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଚେଷ୍ଟା ଜାରୀ ରହିଛି । ଏଥି ସହିତ ସମସ୍ତ ବୁଥରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତାହାକୁ ମଧ୍ୟ ଗୁରୁତ୍ବ ଦେଉଛି ପ୍ରଶାସନ । ସେପଟେ ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ ରଖିବା ସମୟରେ ଉପଜିଲ୍ଲାପାଳଙ୍କ ସମେତ ବାଲିଗୁଡ଼ା ତହସିଲଦାର, ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଏବଂ ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ମେସିନ ଗୁଡିକ ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31