Indus Valley Times

ସରିଲା ରେସ୍କ୍ୟୁ ଅପରେସନ୍: ଆନ୍ଧ୍ର ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩, ସ୍ପଷ୍ଟ କଲା ରେଳବାଇ

 Breaking News

ସରିଲା ରେସ୍କ୍ୟୁ ଅପରେସନ୍: ଆନ୍ଧ୍ର ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩, ସ୍ପଷ୍ଟ କଲା ରେଳବାଇ

October 30
14:50 2023

ଭୁବନେଶ୍ବର,୩୦/୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ସରିବା ସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦୁଇ ତିନି ଘଣ୍ଟା ଭିତରେ ଏହି ବାଟଦେଇ ରେଳ ଚଳାଚଳ ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ ସାହୁ।
ସେ କହିଛନ୍ତି, ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ ନାହାନ୍ତି। ଦୁର୍ଘଟଣାସ୍ଥଳରେ କମିଶନର ଅଫ୍ ରେଲ ସେଫଟି ପହଞ୍ଚିଛନ୍ତି। ତଦନ୍ତ ଲାଗି ଖୁବଶୀଘ୍ର ଘଟଣାସ୍ଥଳକୁ ଯିବେ।
ବର୍ତ୍ତମାନ ସୁଦ୍ଧା ୪୫ ଟି ଟ୍ରେନ ବାତିଲ ହୋଇଛି। ୪୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ଓ ମାର୍ଗ ପରିବର୍ତ୍ତନ ହୋଇଛି। ୪ଟି ଟ୍ରେନ ରିସିଡ୍ୟୁଲ ହୋଇଛି। ପୁନରୁଦ୍ଧାର କାର୍ଯ୍ୟରେ ୧୦ଟି ପ୍ରୋକ୍ଲେନ ମେସିନ, ୧୪୦ ଟନର ଗୋଟିଏ ରେଲ୍ କ୍ରେନ୍ ଓ ପ୍ରାୟ ୮୦୦ଜଣ ମାନବସମ୍ବଳ ନିୟୋଜିତ ହୋଇଛନ୍ତି। ତ୍ୱରିତ ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ୫ଟି କୋଚକୁ ଗ୍ରାଉଣ୍ଡେଡ କରାଯାଇଛି ବା ଟ୍ରାକରୁ ହଟାଯାଇଛି। ପ୍ରଥମେ ଡାଉନ୍ ଲାଇନକୁ ଫିଟ୍ କରାଯିବ। ଟ୍ରାକ ଫିଟ୍ ହୋଇଯିବା ପରେ ୨-୩ ଘଣ୍ଟା ପରେ ଟ୍ରାକରେ ଗଡ଼ିବ ଟ୍ରେନ। ଯଦି ନିର୍ଦ୍ଧାରିତ ସମୟ ଭିତରେ ଟ୍ରାକ ଫିଟ୍ ନ ହୋଇପାରିବ, ଆଉ କିଛି ଟ୍ରେନର ମାର୍ଗ ପରିବର୍ତ୍ତନ ହୋଇପାରେ। ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ଟ୍ରାକ ଫିଟ ହୋଇଯିବ ବୋଲି ଆଶା କରାଯାଉଛି।
ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆହୁରି କହିଛନ୍ତି, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କି ଭୟଭୀତ ହୁଅନ୍ତୁ ନାହିଁ। ସୂଚନା ପାଇଁ ରେଲୱେ ହେଲ୍ପ ଲାଇନକୁ ଯୋଗାଯୋଗ କରନ୍ତୁ। ରେଳୱେ ପକ୍ଷରୁ ଯେଉଁ ସୂଚନା ଓ ଏସଏମଲସ୍ ଦିଆଯାଉଛି ତାକୁ ହିଁ ବିଶ୍ୱାସ କରନ୍ତୁ। ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ୧୧ ଜଣଙ୍କର ଚିହ୍ନଟ ସରିଛି। ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ (ଗାର୍ଡ ଓ ଲୋକୋ ପାଇଲଟ) ଅଛନ୍ତି । ୫୦ ଜଣ ଆହତ ହୋଇଛନ୍ତି। ୨୯ ଜଣ ଏବେ ହସ୍ପିଟାଲରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଅଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930