Indus Valley Times

‘ସରି ଅଲ୍ ଅଫ୍ ୟୁ’ ହ୍ବାଟସ୍ଆପରେ ଷ୍ଟାଟସ୍ ଦେଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

 Breaking News

‘ସରି ଅଲ୍ ଅଫ୍ ୟୁ’ ହ୍ବାଟସ୍ଆପରେ ଷ୍ଟାଟସ୍ ଦେଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

‘ସରି ଅଲ୍ ଅଫ୍ ୟୁ’ ହ୍ବାଟସ୍ଆପରେ ଷ୍ଟାଟସ୍ ଦେଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
April 05
12:01 2023

ସୁନ୍ଦରଗଡ,୫/୪: ‘ସରି ଅଲ୍ ଅଫ୍ ୟୁ’ ହ୍ୱାଟସଆପ୍ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।
ଗତକାଲି ଧୀରଜ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ସହ ବସି କଥା ହୋଇଥିଲେ।
ହେଲେ ରାତି ପ୍ରାୟ୧୨ ଟା ସମୟରେ ଧୀରଜ ନିଜ ହ୍ୱାଟସଆପ୍ ଷ୍ଟାଟସରେ ‘ସରି ଅଲ୍ ଅଫ୍ ୟୁ’ ଲେଖି ଛାଡ଼ିଥିଲେ। ପରେ ସେ ନିଜ ରୁମ୍ରେ ଥିବା ଫ୍ୟାନ୍ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାର ଲୋକେ ଧୀରଜଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ।
ଧୀରଜ୍ କଣ ପାଇଁ ଆତ୍ମହତ୍ୟା କଲେ, ଏହା ପଛରେ କାରଣ ଅଛି ଅସ୍ପଷ୍ଟ ରହିଛି। ଧୀରଜଙ୍କର କାହା ସହିତ ରାଜନୈତିକ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ଅଛି ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ମଧ୍ୟ ଧୀରଜଙ୍କ ଆତ୍ମହତ୍ୟା ନେଇ ମୁହଁ ଖୋଲି ନାହାନ୍ତି। ଧୀରଜ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମ ଜନିତ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031