Indus Valley Times

ସଲମାନ ଖାନ୍ ଓ ତାଙ୍କ ଫିଲ୍ମ ବ୍ୟାନର୍ ନାଁରେ ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କରାଇଲେ ଭାଇଜାନ

 Breaking News

ସଲମାନ ଖାନ୍ ଓ ତାଙ୍କ ଫିଲ୍ମ ବ୍ୟାନର୍ ନାଁରେ ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କରାଇଲେ ଭାଇଜାନ

ସଲମାନ ଖାନ୍ ଓ ତାଙ୍କ ଫିଲ୍ମ ବ୍ୟାନର୍ ନାଁରେ ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କରାଇଲେ ଭାଇଜାନ
July 17
19:54 2023

ମୁମ୍ବାଇ,୧୭/୭: ପୁଣି ଚର୍ଚ୍ଚାରେ ଦବଙ୍ଗ ଖାନ୍ ସଲମାନ। ଗତ କିଛି ଦିନ ହେବ ତାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ହତ୍ୟା ଧମକ ଦେଉଥିବା ବେଳେ ଏବେ ତାଙ୍କ ନାମକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଜଣାପଡ଼ିଛି।
ଏବିଷୟରେ ସଲମାନଙ୍କ ଟିମ୍ ଜଣାଇବା ସହ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। କିଛି ଦୁର୍ବୃତ୍ତ ସଲମାନଙ୍କ ଫିଲ୍ମରେ କାମ ଦେବାକୁ କହି ଲୋକଙ୍କୁ ଠକୁ ଥିବାର ଅଭିଯୋଗ ହେବା ପରେ ଏବେ ସଲମାନଙ୍କ ଟିମ୍ ଏକ ବିବୃତି ଜାରି କରିଛି।
ଜାରି କରାଯାଇଥିବା ବିବୃତିରେ ଲେଖାଯାଇଛି ଯେ, “ଏହି ବିବୃତି ଜରିଆରେ ସ୍ପଷ୍ଟ କରାଯାଉଛି ଯେ ସଲମାନ ଖାନ କିମ୍ବା ତାଙ୍କ ପ୍ରଯୋଜନା ସଂସ୍ଥା ସଲମାନ ଖାନ ଫିଲ୍ମ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି।
ଆମେ ଭବିଷ୍ୟତ ଚଳଚ୍ଚିତ୍ର ପାଇଁ କୌଣସି କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇନାହୁଁ। ଯଦି କୌଣସି ଏଜେଣ୍ଟ ଅଭିନୟର ଅଫର ସହ ଆପଣଙ୍କୁ କୌଣସି ଇମେଲ କିମ୍ବା ମେସେଜ ପଠାଉଛନ୍ତି ।
ତେବେ ଏହ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କେହି କୌଣସି ଅନଧିକୃତ ଢ଼ଙ୍ଗରେ ସଲମାନ ଖାନ କିମ୍ବା ତାଙ୍କ ପ୍ରଯୋଜନା ସଂସ୍ଥାର ନାମକୁ ବ୍ୟବହାର କରିବ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ତେବେ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ ତାଙ୍କର ସୁରକ୍ଷା ବଢ଼ିଛି। ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାକୁ ମାରିଛି, ଆଗକୁ ସୁଯୋଗ ମିଳିଲେ ବଲିଉଡ ଅଭିନେତା ସଲମାନ ଖାନକୁ ବି ମାରିବି ବୋଲି ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ କହିଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସତବିନ୍ଦର ସିଂହ ଓରଫ ଗୋଲ୍ଡି ବ୍ରାର୍।
ଏହା ସହ ଲରେନ୍ସ ବିଷ୍ଣୋଇ ଜେଲରୁ ସାକ୍ଷାତକାର ଦେଇ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା।
ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031