Indus Valley Times

ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’

 Breaking News

ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’

ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’
April 28
17:00 2023

ଦାନ୍ତେୱାଡ଼ା,୨୮/୪: କିଛିଦିନର ନିରବତା ପରେ ପୁଣି ଛତିଶଗଡ଼ରେ ମାଓବାଦୀମାନେ ସେମାନଙ୍କ ବର୍ବରତା ଦେଖାଇଛନ୍ତି। ଆରଣପୁର ବିସ୍ଫୋରଣରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି କରୁଣ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କେଉଁଠି ବାପାକୁ ହରାଇ ପିଲା ଗୁମୁରି ଗୁମୁରି କାନ୍ଦୁଛି ତ କେଉଁଠି ସ୍ବାମୀଙ୍କୁ ହରାଇ ସ୍ତ୍ରୀ। ଭାଇରାଲ୍ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯବାନ ସହିଦ ହୋଇଥିବା ବେଳେ ତାଙ୍କ ଚିତାରେ ଲୋଟିପଡ଼ିଛନ୍ତି ତାଙ୍କ ପତ୍ନୀ। ଯବାନଙ୍କ ସତ୍କାର କରାଯାଉଥିବା ବେଳେ ଜିଦ୍ କରି ସ୍ବାମୀଙ୍କ ଚିତା ଉପରେ ଶୋଇ ରହିଥିଲେ ତାଙ୍କ ପତ୍ନୀ।
କସୋଲି ଗାଁରେ ଯେତେବେଳେ ସହିଦ ସ୍ବାମୀ ଲକ୍ଷ୍ମୁ ମରକାମଙ୍କ ପାଇଁ ଚିତା ସଜାଗଲା ତ ତାଙ୍କ ପତ୍ନୀ ଆଗ ଯାଇ ସେ ଚିତାରେ ଶୋଇଗଲେ। ସେ କାନ୍ଦି କାନ୍ଦି କହିବାକୁ ଲାଗିଲେ, ‘ତାଙ୍କ ଆଗରୁ ମୋତେ ଜଳାଇ ଦିଅ’। ଏପରି ଦୃଶ୍ୟ ଦେଖିବା ପରେ ସେଠାରେ ଥିବା ଅନେକଙ୍କ ଆଖିରେ ଲୁହ ଆସି ଯାଇଥିଲା।
ତେବେ ଏଥର ମଧ୍ୟ ଆରଣପୁର ବିସ୍ଫୋରଣ ପଛରେ କୁଖ୍ୟାତ ମାଓନେତା ହିଡମା ଓରଫ ସନ୍ତୋଷର ହାତ ଥିବା ସ୍ପଷ୍ଟ ହୋଇଛି। ମାଓନେତା ହିଡମା ଏହି ବିସ୍ଫୋରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ମଲାଙ୍ଗିର ଏରିଆ କମିଟିର ମାଓ ନେତ୍ରୀ ଏହି ବିସ୍ଫୋରଣ ଘଟଣା ଘଟାଇଥିବା ଜଣାପଡିଛି।
ଗତକାଲି ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ଆରଣପୁର ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ମାଓବାଦୀମାନେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିବା ବେଳେ ଏହି ନାରକୀୟ କାଣ୍ଡ ପଛରେ ହିଡମାର ହାତ ଥିବା ଏବେ ସ୍ପଷ୍ଟ ହବାରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930