Legatus

ସହିଦନଗର ଥାନା ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ, ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ

 Breaking News

ସହିଦନଗର ଥାନା ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ, ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ

March 24
14:29 2024

ଭୁବନେଶ୍ୱର, ୨୪/୩ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଭୁବନେଶ୍ୱରର ସହିଦ ନଗର ଥାନା ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ପୁଲିସ କମିଶନର।
ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ( DL)କୁ ଫେରାଇ ଦେବା ପାଇଁ ଗତକାଲି ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।
ଅଭିଯୋଗକାରୀଙ୍କୁ DLଫେରାଇ ଦେବାକୁ ମୋଟ ୫ ହଜାର ଟଙ୍କା ମାଗିଥିଲେ ପ୍ରିୟବ୍ରତ ପ୍ରଧାନ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ DL ଦେବେ ନାହିଁ ବୋଲି ପ୍ରିୟବ୍ରତ ତାଙ୍କୁ କହିଥିଲେ।
ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଗତକାଲି ପ୍ରିୟବ୍ରତ ପ୍ରଧାନ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଲାଞ୍ଚ ନେଇ ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31