Indus Valley Times

ସହିଦ ରଘୁ ସଦ୍ଦାର, ପ୍ରତୀକ୍ଷା ଓ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

 Breaking News

ସହିଦ ରଘୁ ସଦ୍ଦାର, ପ୍ରତୀକ୍ଷା ଓ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

November 14
20:58 2024

ଓଡ଼ିଶା,୧୪/୧୧ : ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋଦନ ସୁନ୍ଦର ଦେବ ଗୋଗୋମୀ’ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା, କ୍ରିଡ଼ା, ଯୁବ ବ୍ୟାପାର, ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।
୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର ଜୀବନବ୍ୟାପୀ ସାଧନା ପାଇଁ ପାଇବେ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’।
୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଶ୍ୱନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍ ରଘୁ ସର୍ଦ୍ଦାର’କୁ ମନୋନିତ କରାଯାଇଛି। ଠିକ୍ ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ(ରୋମିଓ ରାଜା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଦେବାଶିଷ ପାତ୍ର(ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ(ରୋମିଓ ରାଜା); ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟାକିରଣ ଶୁକ୍ଳା(ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ କାହାଣୀକାର ଡକ୍ଟର ବିଶ୍ୱନାଥ ପଟ୍ଟନାୟକ(ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ବାଳକୃଷ୍ଣ ଦାଶ ସମ୍ମାନ) ବୈଦ୍ୟନାଥ ଦାସ(ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସରୋଜ କୁମାର(ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡା(ରୋମିଓ ରାଜା), ଶ୍ରେଷ୍ଠ ଗୀତିକାର ପଞ୍ଚାନନ ନାୟକ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଜ୍ଞାନେନ୍ଦ୍ର କୁମାର ପଲାଇ(ରୋମିଓ ରାଜା), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ପୁଷ୍ପା ପଣ୍ଡା(ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ଶିଶୁ ଅଭିନେତା ଅଜୟ କୁମାର ଚୌଧୁରୀ, ଶ୍ରେଷ୍ଠ କଳା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସେଠୀ(ସହିଦ୍ ରଘୁ ସର୍ଦ୍ଦାର), ସ୍ୱତନ୍ତ୍ର ଜୁରି ପୁରସ୍କାର ବର୍ଷା ପ୍ରିୟଦର୍ଶିନୀ, ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ନୀଳା ମହାପାତ୍ରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ, ଶ୍ରେଷ୍ଠ ଖଳ ଅଭିନେତା ରାଜିବ ମହାନ୍ତି(ସହିଦ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଭାବେ ଲିପ୍ସା ମିଶ୍ର(କ୍ୱିନ୍‌), ଶ୍ରେଷ୍ଠ ସଂଳାପକାର ଭାବେ ଡକ୍ଟର ରଜନୀ ରଞ୍ଜନ ଦାସ(ସହିଦ୍ ରଘୁ ସର୍ଦ୍ଦାର)ଙ୍କୁ ଓଡ଼ିଶା ଚଳଚ୍ଚିତ୍ର ସମ୍ମାନ ପ୍ରଦାନ କରାଯିବ।
୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’।
୨୦୨୧ ମସିହା ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍‌ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ(ତୃଷ୍ଣା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଅଙ୍କିତ କୁମାର ଓ ଦୀପନ୍ୱିତ ଦାଶ ମହାପାତ୍ରଙ୍କୁ ପ୍ରଦାନ କରାଯିବ। ଠିକ୍‌ସେହି ପରି ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ସୂର‌୍ୟ୍ୟମୟୀ ମହାପାତ୍ର(ଡାଲ୍‌ଚିନି), ଶ୍ରେଷ୍ଠ କାହାଣୀକାର ରଞ୍ଜନ ଦାସ(ଭୋକ) ଓ ଗୌରହରୀ ଦାସ(ପ୍ରତୀକ୍ଷା); ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିଦ ମଜୁମଦାର(ତୃଷ୍ଣା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟପ୍ରଭାସ ପାଢ଼ୀ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ସୋହିନୀ ମିଶ୍ର, ଶ୍ରେଷ୍ଠ ଗୀତିକାର ଚିନ୍ମୟ ଦାସ ପଟ୍ଟନାୟକ(ବିଶ୍ୱାସ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ସମରେଶ ରାଉତରାୟ(ତୃଷ୍ଣ ଓ ଅଜାତି), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସାଧନା ମାଳି ଓ ଏଲିନା ସାମନ୍ତରାୟ; ଶ୍ରେଷ୍ଠ ହାତ୍ୟ କଳାକାର ଭାବେ ଶଙ୍କର ପ୍ରଧାନ, ଶ୍ରେଷ୍ଠ ଶିଶୁ ଅଭିନେତା ନଭନିତ ମହାନ୍ତି, ଶ୍ରେଷ୍ଠ ଖଳ ଅଭିନେତା କୁନା ତ୍ରିପାଠୀ(ଭୋକ), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଷାନୀ ସେନ୍ ଗୁପ୍ତା(ଚକ୍ଷୁବନ୍ଧନ), ଶ୍ରେଷ୍ଠ ସଂଳାପକାର ପ୍ରଣବ ଦାସ(ଅଜାତି) ଓ ଚିନ୍ମୟଦାସ ପଟ୍ଟନାୟକ(ବିଶ୍ୱାସ)ଙ୍କୁ ପୁରସ୍କୃତ କରାଯିବ।
୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’ ପ୍ରଦାନ କରାଯିବ।
୨୦୨୨ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଦମନ’ ମନୋନୀତ ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ପତି(ମାୟାବୀ), ଶ୍ରେଷ୍ଠ ଅଭିନେତା ବାବୁଶାନ ମହାନ୍ତି(ଦମନ), ଶ୍ରେଷ୍ଠ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର(ବୋଉର ହାତବାକ୍ସ), ଶ୍ରେଷ୍ଠ କାହାଣୀକାର ମିହିର ରଞ୍ଜନ ଆଚାର‌୍ୟ୍ୟ(ବାଘ ବଜାରୀ), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶ(ବାଳକୃଷ୍ଣ ଦେଶ ସମ୍ମାନ) ପଙ୍କଜ ଜାଲ(ଖରା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ମାଧବ ଦାସ(ଶତ୍ରୁ), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଦୀପ୍ତିରେଖା ପାଢୀ(ମହାବାହୁ), ଶ୍ରେଷ୍ଠ ଗୀତିକାର ଚୂଡ଼ାମଣି ଚନ୍ଦନ(ଖରା) ଓ କପିଳେଶ୍ୱର ଖମାରୀ(ଶତ୍ରୁ), ଶ୍ରେଷ୍ଠ ଚିତ୍ରନାଟ୍ୟ ଡକ୍ଟର ଲିଙ୍ଗରାଜ ନାଥ(ମନସ୍କ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା କୁନାଲ୍ ପଟ୍ଟନାୟକ(ମାୟାବୀ) ଓ ଗଦାଧର ବାରିକ(ଖରା), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସୁଶୀଲା ନାୟାର(ଖରା), ଶ୍ରେଷ୍ଠ ହାସ୍ୟ ଅଭିନେତା ହରିହର ମହାପାତ୍ର(ମହାବାହୁ), ଶ୍ରେଷ୍ଠ ଖଳ ଅଭିନେତା କୌଶିକ ମହାପାତ୍ର, ଶ୍ରେଷ୍ଠ ଖଳ ଅଭିନେତ୍ରୀ ମଉବାଣୀ ସରକାର(ମାୟାବୀ) ପାଇବେ ପୁରସ୍କାର।
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031