Indus Valley Times

ସାଂସଦ ଓ ବିଧାୟକଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ ସହ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ପଟ୍ଟା ,ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

 Breaking News

ସାଂସଦ ଓ ବିଧାୟକଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ ସହ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ପଟ୍ଟା ,ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

December 07
09:16 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୭/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ବ୍ଲକ୍ ସଦର ମହକୁମା ନିକଟବର୍ତୀ ନୂଆଗାଁ ବୀରୁ ପାଖେଶ୍ୱର୍ ମନ୍ଦିର ପ୍ରାଙ୍ଗଣ ନିକଟରେ କଲ୍ୟାଣ ମଣ୍ଡପ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା,ପଟ୍ଟା,ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ପଞ୍ଚାୟତ ସମିତି ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ,ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଲ୍ୟାଣ ମଣ୍ଡପ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଯୋଗ୍ୟ ହିତାଧିକାରୀ ୧୩ ଜଣଙ୍କୁ ଭତ୍ତା , ୧୦ ଜଣଙ୍କୁ ପଟ୍ଟା, ୧୨ ଜଣଙ୍କୁ ଆବାସ ଗୃହ ,୫୭ ଜଣଙ୍କୁ ଭିନ୍ନକ୍ଷମ କାର୍ଡ ,୧୨ ଜଣଙ୍କୁ ଖାଉଟି କାର୍ଡ ବଣ୍ଟନ କରିଥିଲେ। ଅଞ୍ଚଳର ବିକାଶ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା କୁ କନ୍ଧମାଳ ସାଂସଦ ପ୍ରଶଂସା କରିବା ସହ କରୋନା ମହାମାରୀ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା କୁ ବର୍ଣ୍ଣନା କରିଥିଲେ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ସଚେତନତା ର ବାର୍ତ୍ତା ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଓଡ଼ିଶା ମୋ ପରିବାର ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତତ୍ ସହିତ ଅଞ୍ଚଳ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରହିଥିବା ଦଶପଲ୍ଲା ବିଧାୟକ କହିଥିଲେ।କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ଙ୍କୁ କରୋନା ଯୋଦ୍ଧା ଭାବେ ସାଂସଦ ଓ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ଏବିଡି ଓ,ତହସିଲଦାର ଶରତ କୁମାର ମଲ୍ଲିକ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ଉପସଭାପତି ମୁରଲୀ ଧର ଜେନା,ଯୋଗେନ୍ଦ୍ର ପ୍ରଧାନ,ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ,ସରପଞ୍ଚ ଗଜେନ୍ଦ୍ର ନାଥ ପ୍ରଧାନ ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର‌୍ୟ୍ୟକ୍ରମ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ପରିଚାଳନା କରିଥିବା ବେଳେ ଏବିଡିଓ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ବିଜେଡ଼ି କର୍ମୀ ମାନେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031