Indus Valley Times

ସାଂସଦ ଓ ବିଧାୟକ ମାନଙ୍କ ସାମ୍ବିଧାନିକ କ୍ଷମତା ଆଲୋଚନା

 Breaking News

ସାଂସଦ ଓ ବିଧାୟକ ମାନଙ୍କ ସାମ୍ବିଧାନିକ କ୍ଷମତା ଆଲୋଚନା

ସାଂସଦ ଓ ବିଧାୟକ ମାନଙ୍କ ସାମ୍ବିଧାନିକ କ୍ଷମତା ଆଲୋଚନା
April 09
19:58 2026

ବରଦା ଦାସଙ୍କ ରିପୋର୍ଟ
କଟକ, ୯/୪ : ବିଶ୍ୱ ଓଡ଼ିଆ ମାନଙ୍କ ପାଇଁ ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ପ୍ରସ୍ତାବ ଅନୁଯାୟୀ ଥିଙ୍କର୍ଶ କ୍ଲବ ର ୧୫୦ ତମ ଆଭାସୀ ଆଲୋଚନା ସାଂସଦ ଓ ବିଧାୟକ ମାନଙ୍କ ସାମ୍ବିଧାନିକ କ୍ଷମତା ବିଷୟରେ ବେଶ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ପ୍ରଶାସକ ବିବେକ ପଟ୍ଟନାୟକ ଏହି ସଭାରେ ଅଧ୍ୟକ୍ଷତା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ଓ ପୂର୍ବତନ ରାଜ୍ୟ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଙ୍କ ବକ୍ତବ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ ।
ଭେନେଜୁଏଲା ରାଷ୍ଟ୍ରପତି ଦମ୍ପତି ଏଯାବତ୍ ଜେଲ ରେ ଅଛନ୍ତି । ବିଶ୍ୱ ନୀରବ ବୋଲି କହିଥିଲେ ।ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ ତ୍ରିପାଠୀ କହିଲେ ରାଜନୈତିକ ଦଳ ସଂପର୍କରେ ସମୀକ୍ଷା ହେଉ ନାହିଁ।
୩୦ ଦିନ ସାଂସଦ ଓ ବିଧାନ ସଭା ଚାଲିପାରୁ ନାହିଁ ।ଦଳ ଚିହ୍ନରେ ଅଧିକାଂଶ ଲୋକେ ଭୋଟ ଦେଉଛନ୍ତି ।ନିର୍ବାଚନ କମିଶନ ଦଳୀୟ ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି ।
ଏହା ଗଣତନ୍ତ୍ର କୁ ହତ୍ୟା ବୋଲି ଶ୍ରୀ ତ୍ରିପାଠୀ ମତ ଦେଇଥିଲେ ।ବିଶ୍ୱରେ ଚତୁର୍ଥ ସ୍ତମ୍ବ ରୂପେ ପରିଚିତ ଗଣ ମାଧ୍ୟମ ନିରପେକ୍ଷତାର ପୋଷାକ ପିନ୍ଧୁ ।ନଚେତ୍ ଉଲଗ୍ନ ବୋଲି ଲୋକେ କହିବେ ବୋଲି ସଭା ସଂଯୋଜନା କରି ପ୍ରଫେସର ସୂର୍ଯ୍ୟ ମିଶ୍ର ମତ ଦେଇଥିଲେ ।
ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଆମର ସଂସଦୀୟ ସାମ୍ବିଧାନିକ ବ୍ୟବସ୍ଥା ଉଚ୍ଚ କୋଟିର । ୯୧ ମସିହା ଲୋକ ପ୍ରତିନିଧି ଆଇନ ଅଷ୍ଟମ ଧାରା ଅନୁଯାୟୀ ବିଧାୟକ ଙ୍କ ଅନିୟମିତତା ଯୋଗୁ ସସ୍ପେଣ୍ଡ ହେବାକଥା । ରୁଲ୍ସ ଅଫ୍ ବିଯିନେସ ରେ ପ୍ରଶ୍ନ ପ୍ରସ୍ତୁତି ଉଲ୍ଲେଖ ରହିଛି ।ମାତ୍ର ପ୍ରଶ୍ନ ଉତ୍ତର ନିର୍ଘଣ୍ଟ କୁ ସଦ ବ୍ୟବହାର କରାଯାଏନି । ୫ କୋଟି ବିଧାୟକ ପାଣ୍ଠି ର ଅନେକ ଅପବ୍ୟବହାର ହେଉଛି । ଟିଭି ରେ ସିଧାସଳଖ ପ୍ରଦର୍ଶନ ଯୋଗୁ ବିଧାନ ସଭାରେ ବେଶୀ ବିଶୃଙ୍ଖଳା ହେଉଛି । ପୂର୍ବରୁ ଏପରି ହେଉ ନଥିଲା ।
ଥୀଙ୍କର୍ଶ କ୍ଲବ ସଭାପତି ବରଦା ଦାସ କହିଲେ ଜନ ସାଧାରଣ ଙ୍କ ଟିକସ ପଇସାକୁ ବରବାଦ କରିବାର ଅଧିକାର ଅଛିକି ।ଏଣୁ ବିଧାନ ସଭା ଯିଏ ଅଚଳ କରିବ ତାର ସେଇଦିନ ଭତ୍ତା କଟିବା ବ୍ୟବସ୍ଥା ହେଉ ।
ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା । ଥିଙ୍କର୍ସ କ୍ଲବ ୟୁଟ୍ୟୁବ ରେ ଆଲୋଚନା ଟି ଉପଲବ୍ଧ ।
ପରବର୍ତ୍ତୀ ଆଲୋଚନା ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ଦଳ ମାନଙ୍କ ଅବକ୍ଷୟର କାରଣ, ଓଡ଼ିଶାରେ ବିଧାନ ପରିଷଦ ଆବଶ୍ୟକତା ,ଆୟୁର୍ବେଦ ଚିକିତ୍ସା ର ସାଫଲ୍ୟ ଆଦି ବିଷୟରେ ଆଲୋଚନା ପାଇଁ ସ୍ଥିର କରାଗଲା । ଆଗ୍ରହୀ ଦର୍ଶକ ବହୁ ସଂଖ୍ୟାରେ ଯୋଗଦେଇ ଉପକୃତ ହୁଅନ୍ତୁ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031