Indus Valley Times

ସାଢେ ଦୁଇଟା ସୁଦ୍ଧା ୪୩ ଟପିଲା ତାତି, କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

 Breaking News

ସାଢେ ଦୁଇଟା ସୁଦ୍ଧା ୪୩ ଟପିଲା ତାତି, କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

ସାଢେ ଦୁଇଟା ସୁଦ୍ଧା ୪୩ ଟପିଲା ତାତି, କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର
April 20
17:44 2024

ଭୁବନେଶ୍ବର,୨୦/୪: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଆଜି ଦିନ ୨ଟା ୩୦ରେ କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଜି ଝାରସୁଗୁଡାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୬, ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ରାଜଧାନୀ ଭୁବନେଶ୍ୱରରେ ୪୦.୫ ଓ ବାଲେଶ୍ୱରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସେହିପରି ପୁରୀରେ ୩୪.୬, ପାରାଦୀପରେ ୩୩.୨ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି।
ପାଣିପାଗ ବିଭାଗ ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାଶ୍ୱବର୍ତ୍ତି ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଂଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେଧୀରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଇଛି। ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଏହି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଉତପ୍ତ ବାୟୁମଣ୍ଡଳ ପରସ୍ପର ସଂସ୍ପର୍ଶରେ ପ୍ରତିକ୍ର୍ରିୟା ଯୋଗୁ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031