Indus Valley Times

ସାତକୋଶିଆରୁ ହାତୀର ଗଳିତ ମୃତଦେହ ଠାବ, ୪ ମାସ ତଳୁ ହୋଇଛି ମୃତ୍ୟୁ

 Breaking News

ସାତକୋଶିଆରୁ ହାତୀର ଗଳିତ ମୃତଦେହ ଠାବ, ୪ ମାସ ତଳୁ ହୋଇଛି ମୃତ୍ୟୁ

ସାତକୋଶିଆରୁ ହାତୀର ଗଳିତ ମୃତଦେହ ଠାବ, ୪ ମାସ ତଳୁ ହୋଇଛି ମୃତ୍ୟୁ
March 20
09:37 2023

ସାତକୋଶିଆ,୨୦/୩ : ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ରେଞ୍ଜ ତରଭା ନିକଟରେ ଏକ ହାତୀ ଛୁଆର ଦେହାବଶେଷ ଠାବ ହୋଇଛି। ଦେହାବଶେଷ ଠାବ ହୋଇଥିବା ହାତୀର ବୟସ ଆନୁମାନିକ ୮ବର୍ଷ ହେବ। ତେବେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
ମୃତ ହାତୀଟି ଏକ ଛୁଆ ହାତୀ ହୋଇଥିବା ବେଳେ ତାର ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳକୁ କେବଳ ହାତୀର ଚମଡ଼ା ଓ ହାଡ଼ ଜବତ ହୋଇଛି। ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଏନେଇ ଅନୁଗୁଳ ଡିଏଫଓ କହିଛନ୍ତି, ହାତୀର ଦେହାବଶେଷ ନିକାଞ୍ଚନ ଜାଗାରୁ ଉଦ୍ଧାର ହୋଇଛି। ଉକ୍ତ ସ୍ଥାନର ଚାରିପଟେ ପାହାଡ଼ ଥିବାରୁ ସେଠାକୁ ବେଶି ଯାତାୟତ ହୋଇପାରେନି।
ଗତକାଲି ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀର ଦେହାବଶେଷ ଠାବ କରିଥିଲେ। ହାତୀର କେବେ ମୃତ୍ୟୁ ହୋଇଛି ତାହା ଜଣି ପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଖବର ନଜରକୁ ଆସୁଥିବାରୁ ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031