Indus Valley Times

ସାତ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର, ରାଜ୍ୟରେ ହେବ ମଡେଲ ମଣ୍ଡି, ଖୋଲିବ ନର୍ସିଂ କଲେଜ୍

 Breaking News

ସାତ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର, ରାଜ୍ୟରେ ହେବ ମଡେଲ ମଣ୍ଡି, ଖୋଲିବ ନର୍ସିଂ କଲେଜ୍

ସାତ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର, ରାଜ୍ୟରେ ହେବ ମଡେଲ ମଣ୍ଡି, ଖୋଲିବ ନର୍ସିଂ କଲେଜ୍
August 13
17:42 2025

ଭୁବନେଶ୍ୱର, ୧୩/୮ : ରାଜ୍ୟ କ୍ୟାବିନେଟରେ ୭ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା, ଆଦର୍ଶ ମଣ୍ଡି, ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ଓ ସମ୍ବଲପୁରରେ ଜଳ ପ୍ରକଳ୍ପକୁ ଆଦି ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୂଜା ସୂଚନା ଦେଇଛନ୍ତି ।
ଲୋକ ସେବା ଭବନରେ ଆହୁତ କ୍ୟାବିନେଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି ।
ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ଓ ସମନ୍ୱୟ ପାଇଁ ସ୍ଥାପନ ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର୍ ନିଯୁକ୍ତି ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୩୯ ଜଣ ନିଯୁକ୍ତି ପାଇବେ । ଯାହାକି ପୂର୍ବରୁ ୧୭ ଟି ପଦବୀ ଥିଲା । ଜଣେ ଓଏଏସ କିମ୍ବା ଆଇଏଏସ୍ ସ୍ତରର ଅଧିକାରୀ ଏହାର ପରିଚାଳନା ଦାୟିତ୍ୱରେ ରହିବେ ।
ସେହିପରି ସମବାୟ ବିଭାଗ ପକ୍ଷରୁ ଆସିଥିବା ଆଦର୍ଶ ମଣ୍ଡି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି ବା ମଡେଲ ମଣ୍ଡି କରାଯିବ ।
ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଆଦର୍ଶ ମଣ୍ଡି ରହିବ । ଏଥିପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଦୁଇଟି ପର‌୍ୟ୍ୟାୟରେ ଅନୁଦାନ ମିଳିବ । ଏଥିରେ ଚାଷୀଙ୍କ ପାଇଁ ବିଶ୍ରାମ ଗୃହ, ଶୋଚାଳୟ, କ୍ୱାଲିଟି ଟେଷ୍ଟିଂ ଆଦି ବ୍ୟବସ୍ଥା ରହିବ ।
ସେହିପରି ଅର୍ଥ ବିଭାଗ ଦ୍ୱାରା ଆସିଥିବା ରାଜ୍ୟ ଅମଲା ସଂଘର ନିୟମାବଳୀ ସମ୍ପର୍କିତ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଅନ୍ୟପକ୍ଷରେ ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗରେ ପକ୍ଷରୁ ଆସିଥିବା ଯୋଡ଼ିଏ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟରେ ୧୧୦ଟି ସହରରେ ଏଲଇଡି ଲାଗିବ ।
ଗ୍ରୀନ୍ ଫିଲ୍ଡ ଓ ରେଟ୍ରୋ ଫିଟି ଜରିଆରେ କାମ ହେବ । ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ଆସିଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି ।
ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆଗତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ରକ୍ଷଣାବେକ୍ଷଣା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବନ୍ଦରରେ ବିମାନର ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ନୀତି, ୨୦୨୨ ସଂକଳ୍ପ ଦାନ ପ୍ରସ୍ତାବକୁ କ୍ୟାବିନେଟ ଦ୍ଵାରା ଅନୁମୋଦନ କରାଯାଇଛି । ଏଥିପାଇଁ ପୂର୍ବରୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଥିବାବେଳେ ବର୍ତ୍ତମାନ ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆସିଥିବା ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ରାଜ୍ୟରେ ଆଉ ୭ ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ । ବର୍ତ୍ତମାନ ରାଜ୍ୟରେ ୮ଟି ନର୍ସିଂ କଲେଜ ଚାଲୁଥିବାବେଳେ ୨୧ଟି ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି । ସଠିକ୍ ଭାବେ ନର୍ସିଂ ଶିକ୍ଷାଦାନ ପାଇଁ ନୂତନ ଓଡ଼ିଶା ନର୍ସିଂ ଏଜୁକେସନ୍ ସର୍ଭିସ୍ ମେଥଡ୍ ଅଫ୍ ରିକ୍ର‌୍ୟୁପଟମେଣ୍ଟ ଆଣ୍ଡ୍ କଣ୍ଡିସନ ଅଫ୍ ସର୍ଭିସ୍-୨୦୨୫ ପ୍ରସ୍ତାବ ପାରିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031