Indus Valley Times

ସାଧାରଣତନ୍ତ୍ର ଦିବସ : କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

 Breaking News

ସାଧାରଣତନ୍ତ୍ର ଦିବସ : କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସ : କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
January 21
16:29 2025

ଭୁବନେଶ୍ୱର, ୨୧/୧: ଆସନ୍ତା ଜାନୁଆରୀ ୨୬ରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ପ୍ରକାଶ ପାଇଛି ।
ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଭାବରେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ କଟକରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ କାର‌୍ୟ୍ୟକ୍ରମରେ ଧ୍ୱଜାବତରଣ କରିବେ ।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ ।
ସେହିପରି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସୁନ୍ଦରଗଡ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୁବର୍ଣ୍ଣପୁର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯାଜପୁର, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାୟଗଡା, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ୱର, ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କେନ୍ଦୁଝର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୂଆପଡ଼ା, ହସ୍ତତନ୍ତ୍ର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଢେଙ୍କାନାଳ, ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନୟାଗଡ଼ରେ ପତାକା ଉତ୍ତୋଳନ କରିବେ ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା, ବ୍ରହ୍ମପୁର ଏବଂ ରାଉରକେଲାରେ ରାଜସ୍ୱ ବିଭାଗୀୟ କମିଶନରମାନେ ଧ୍ୱଜାବତରଣ କରିବେ ।
ସେହିପରି ଅନୁଗୁଳ, ବାରିପଦା, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଏବଂ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031