Indus Valley Times

ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇ ମୃତ

 Breaking News

ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇ ମୃତ

ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇ ମୃତ
January 11
21:26 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା,୧୧/୧ : ସାନ ଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଜୁବକ ଡ୍ରୁକୁ ଶିକକା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ।
ଗାଁ ନିକଟସ୍ଥ ଡିମ୍ବୁଲିପଟା ଜଙ୍ଗଲ ମଧ୍ୟରେ ପ୍ରତିଶୋଧକୁ ନେଇ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ ଗତ ୨୦୨୧ ମସିହା ଜାନୁଆରି ୧୪ ତାରିଖ ଦିନ ଉକ୍ତ ଗ୍ରାମର ଲଗାଡ଼ି ସିକକା(୩୦)ଙ୍କୁ ହତ୍ୟା କରାଯାଇଥିଲା । ଘଟଣା ପରେ ମୁନିଗୁଡା ଥାନା କେଶ ନଂ ୪/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ହତ୍ୟା ଅଭିଯୋଗରେ ସେହି ଗ୍ରାମର ମାଣି ଶିକକା ଓ ସୁଟେ ସିକକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
ହେଲେ କଥା ସେଇଠି ଥମି ନଥିଲା ମୃତକ ଲଗାଡି ସିକକାର ବଡ଼ ଭାଇ ଡ୍ରୁକୁ ଶିକକା(୩୫) ସାନ ଭାଇ ହତ୍ୟାର ପ୍ରତିଶୋଧ ନେବାପାଇଁ ସେବେଠାରୁ ସମୟ ଓ ସ୍ଥାନ ଖୋଜୁଥିଲା ।
ହତ୍ୟାର ପ୍ରତିଶୋଧ ନେବା ପାଇ ସମ୍ପର୍କିୟ ଭାଇ ବଟୁକୁ ହତ୍ୟା କରିବାକୁ ସମୟ ଖୋଜୁଥିଲା ଡ୍ରୁକୁ । ହେଲେ ୮ତାରିଖ ବୁଧୁବାର ଦିନ ବଟକୁ ସିକାକା ଓ ଲଖନ ଶିକାକା ଡିମ୍ବୁଲି ପଟା ଜଙ୍ଗଲ ନିକଟସ୍ଥ ସଲପ ଗଛ ନିକଟରେ ବୁଲୁଥିବା ବେଳେ ଡ୍ରୁକୁ ଶିକାକା ଏହାର ସୁଯୋଗ ନେଇ ହଠାତ୍ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲା।
ବଟକୁ ସିକକା ହଠାତ୍ ଏଭଳି ଅଭାବନୀୟ ପରିସ୍ଥିତିକୁ ସାମନା କରିବାକୁ ଭୟଭୀତ ହୋଇ ସାଥିରେ ଥିବା ଲକ୍ଷ୍ମଣକୁ ସହାୟତା ପାଇଁ କହିଥିଲା।ଉଭୟ ପ୍ରତିଶୋଧ ପରାୟଣ ଡ୍ରୁକୁ ସିକକାକୁ କାବୁ କରିବାକୁ ଯାଇ ରାଗରେ ତା ହାତରୁ ଟାଙ୍ଗିଆ ଛଡାଇ ତାକୁ ଆକ୍ରମଣ କରିଥିଲେ।ଫଳରେ ଡ୍ରୁକୁର ବେକରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଘଟଣା ସ୍ଥଳରେ ତାର ଜୀବନ ଚାଲି ଯାଇଥିଲା। ପରେ ବଟୁକୁ ଓ ଲଖନ ଗାଁକୁ ଯାଇ ସମସ୍ତଙ୍କୁ ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲେ। ଗାଆଁର ନିଷ୍ପତ୍ତି କ୍ରମେ ମୁନିଗୁଡ଼ା ପୋଲିସ କୁ ଖବର ଦିଆଯାଇଥିଲା ।
ପୋଲିସ ଖବରପାଇ ଗାଁ ରେ ପହଞ୍ଚି ମୃତଦେହ ଜବତକରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ହତ୍ୟାକାରୀ ଦୁଇ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା ।
ମୁନିଗୁଡା ଥାନା କେଶ ନମ୍ବର ୮/୨୦୨୫ରେ ମାମଲା ରୁଜୁକରି ହତ୍ୟାକାରୀ ବଟକୁ ଓ ଲଖନକୁ କୋର୍ଟ ଚାଲାଣ କରାଯାଇଛି ।
ଏହି ହତ୍ୟାକାଣ୍ଡର ତଦନ୍ତ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେଶ ଓ ବିଷମକଟକ ଆଇଆଇସି ସୂର୍ଯ୍ୟ କୁମାର ପାଢୀଙ୍କ ନେତୃତ୍ବରେ ମୁନିଗୁଡ଼ା ଥାନା ତଦନ୍ତକାରୀ ଅଫିସର ସବ ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା,ପ୍ରସନ୍ନ କୁମାର ନାୟକ,ସୁଶିଲ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930