Indus Valley Times

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ହେଲା ବିବାହ ବିଚ୍ଛେଦ

 Breaking News

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ହେଲା ବିବାହ ବିଚ୍ଛେଦ

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ହେଲା ବିବାହ ବିଚ୍ଛେଦ
October 02
20:49 2021

ମୁମ୍ବାଇ, ୨/୧୦: ସାଉଥ ସିନେମାର ଚର୍ଚ୍ଚିତ ଯୋଡି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଏନେଇ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେମାନଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଶନିବାର ସାମନ୍ଥା ନିଜେ ଏହି ସୂଚନା ଦେଇ ପ୍ରଶଂସକଙ୍କୁ ଜଣାଇଛନ୍ତି ।
ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସାମନ୍ଥା ଲେଖିଛନ୍ତି କି “ବହୁ ବୁଝି ବିଚାରି ମୁଁ ଓ ମୋ ସ୍ୱାମୀ ନାଗା ଚୈତନ୍ୟ ନିଜ ନିଜର ରାସ୍ତା ଅଲଗା କରିବାକୁ ନିଷ୍ପତ୍ତି ନେଇଛୁ ।
ଏବେ ଆମେ ନିଜପାଇଁ ବାଛିଥିବା ରାସ୍ତାରେ ଚାଲିବୁ । ମୁଁ ବହୁତ ଭାଗ୍ୟଶାଳୀ କି ବିଗତ ୧୦ ବର୍ଷ ଧରି ଆମେ ପରସ୍ପର ସହ ଜଣେ ଭଲ ବନ୍ଧୁ ଭାବେ ବଞ୍ଚିଥିଲୁ । ଏହି ଭଲ ବନ୍ଧୁରୁ ଆମେ ଆଗକୁ ଯାଇ ସ୍ୱାମୀ ଓ ସ୍ତ୍ରୀ ହୋଇପାରିଥିଲୁ ।
ଏହି ବନ୍ଧୁତ୍ୱର ସଂପର୍କ ମୋର ସବୁଦିନ ପାଇଁ ମନେ ରହିବ । ଆମେ ଆମର ପ୍ରଶଂସକ, ଶୁଭ ଚିନ୍ତକ ଓ ଗଣମାଧ୍ୟମକୁ ଅନୁରୋଧ କରୁଛୁ କି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନେ ଆମକୁ ସହଯୋଗ କରିବେ ”।
ସାମନ୍ଥା ଓ ନାଗା ଚୈତନ୍ୟ ୨୦୧୦ ରେ ସାଉଥ୍ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେମାନେ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ବିବାହ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031