Indus Valley Times

ସାମ୍ବାଦିକଙ୍କୁ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୨୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ

 Breaking News

ସାମ୍ବାଦିକଙ୍କୁ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୨୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ

February 21
09:12 2022

ଯାଜପୁର/ବାଲେଶ୍ୱର,୨୧/୨: ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଏଥିସହ ତାର ସହଯୋଗୀଙ୍କୁ ଅଟକ ରଖିଛି ପୁଲିସ।
ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଯାଜପୁର ଏସପି ରାହୁଲ ପି.ଆର୍.। ଆଉ କେତେକଙ୍କ ସମ୍ପୃକ୍ତି ନେଇ ଯାଞ୍ଚ ଚାଲିଛି ଓ ସେମାନଙ୍କୁ ବି ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।
ଯାଜପୁର ବିଞ୍ଝାରପୁରରେ ୩ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ପୁଲିସ ୨୨ ଜଣଙ୍କୁ ଅଟକ ରଖିଥିଲା। ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏସପି ଗଣମାଧ୍ୟମକୁ କହିଛନ୍ତି।
ସେପଟେ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।
ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ପୁଲିସ ୨୨ ଜଣଙ୍କୁ ଉଠାଇ ନେଇଥିଲା। ପରେ ବାଛୋଳ ପଞ୍ଚାୟତରେ ପୁଲିସ୍ ଫ୍ଲାଗ ମାର୍ଚ୍ଚ କରିଥିଲା। ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା।
ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ପ୍ରତିନିଧି ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।
ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।
ଏପଟେ ଗତକାଲି ପଞ୍ଚାୟତ ଭୋଟ ଚାଲିଥିବା ବେଳେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଦୁଇ ନମ୍ବର ଜୋନ କାନପୁରରେ ଏକ ୱେବ ମିଡିଆର ସାମ୍ବାଦିକ ଲେଲିନ କୁମାର ଦେ ଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031