Legatus

ସାରା ଓଡ଼ିଶାରେ ନିଆଁ ବର୍ଷା: ସୋନପୁରରେ ତାପମାତ୍ରା ୪୫.୭, ବୌଦ୍ଧରେ ୪୫.୬ ଡିଗ୍ରି ରେକର୍ଡ

 Breaking News

ସାରା ଓଡ଼ିଶାରେ ନିଆଁ ବର୍ଷା: ସୋନପୁରରେ ତାପମାତ୍ରା ୪୫.୭, ବୌଦ୍ଧରେ ୪୫.୬ ଡିଗ୍ରି ରେକର୍ଡ

ସାରା ଓଡ଼ିଶାରେ ନିଆଁ ବର୍ଷା: ସୋନପୁରରେ ତାପମାତ୍ରା ୪୫.୭, ବୌଦ୍ଧରେ ୪୫.୬ ଡିଗ୍ରି ରେକର୍ଡ
June 17
22:03 2023

ଭୁବନେଶ୍ୱର,୧୭/୬ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷୁଛି। ଆଜି ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ତାତି ଏମିତି ହେଉଛି ଯେ ନା ଘରେ ବସି ହେଉଛି, ନା ବାହାରୁ ବାହାରି ହେଉଛି। ତା’ ଭିତରେ ମଝିରେ ମଝିରେ ବିଜୁଳି କାଟ ହେଉଥିବାରୁ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏମିତି ତାପମାତ୍ରା ରହିବ ବୋଲି ଜଣାପଡ଼ିଛି।
ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ସମ୍ବଲପୁର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୪୪.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୪ ଡ଼ିଗ୍ରୀ, ହୀରାକୁଦରେ ୪୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଜାରି ରହିଥିବା ତାତି ଆଗାମୀ ଦୁଇ ଦିନ ପର‌୍ୟ୍ୟନ୍ତ ରହିବ। ୧୮ ଓ ୧୯ ତାରିଖ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଅର୍ଥାତ ୩ରୁ ୫ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି। ଏଥିସହ କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ୨୧ ତାରିଖରୁ ମୌସୁମୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930