Indus Valley Times

ସାରା ଓଡ଼ିଶାରେ ପାରଦ ତଳ ମୁହାଁ: ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ବିଭିନ୍ନ ସ୍ଥାନରେ ତୁଷାରପାତ

 Breaking News

ସାରା ଓଡ଼ିଶାରେ ପାରଦ ତଳ ମୁହାଁ: ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ବିଭିନ୍ନ ସ୍ଥାନରେ ତୁଷାରପାତ

ସାରା ଓଡ଼ିଶାରେ ପାରଦ ତଳ ମୁହାଁ: ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ବିଭିନ୍ନ ସ୍ଥାନରେ ତୁଷାରପାତ
December 21
11:39 2023

ଜି ଉଦୟଗିରି, ୨୧/୧୨ : ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା ସ୍ଥାନରେ। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪ ଗିଗ୍ରୀ ସେଲସିୟସ ରହିଛି। ଏସମ୍ପର୍କରେ ଜି ଉଦୟଗିରି କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛ।
ପ୍ରବଳ ଥଣ୍ଡା ଲାଗି ରହିବା ଫଳରେ ଛୋଟ ପିଲାମାନେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେବା ସହ ବୃଦ୍ଧ ବୃଦ୍ଧାମାନେ ଭୀଷଣ ଥଣ୍ଡା ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି । ଦିନ ୧୦ଟା ସୁଦ୍ଧା ଘରୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ସର୍ବାଧିକ ତାପମାତ୍ରା ୨୩.୬ଡିଗ୍ରୀ ରହୁଥିବା ଓ କୋହଲା ପବନ ବୋହୁଥିବା ଯୋଗୁ ଦିନବେଳେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜି ମଧ୍ୟ ସ୍ଥାନେ ସ୍ଥାନେ ତୁଷାର ପାତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031