Indus Valley Times

ସିକ୍କିମ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ

 Breaking News

ସିକ୍କିମ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ

May 30
16:31 2025

ଓଡ଼ିଶା,୩୦/୫ : ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଗତକାଲି ରାତିରେ ସିକ୍କିମର ତିସ୍ତା ନଦୀକୁ ଖସିପଡ଼ି ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାର ଶିକାର ହୋଇଛି । ହଜାରେ ଫୁଟ୍ ତଳକୁ ବସ୍ ଖସି ନଦୀକୁ ଖସିପଡ଼ିଥିଲା । ୨ ଜଣ ଉଦ୍ଧାର ହୋଇଥିବା ବେଳେ ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି।
ସୂଚନା ମୁତାବିକ, ପର‌୍ୟ୍ୟଟକ ମାନେ ସିକ୍କିମକୁ ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ହଜାରେ ଫୁଟ ତଳକୁ ବସ୍ ଖସି ଯାଇ ନଦୀରେ ପଡିଥିଲା। ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ନିଖୋଜ ଅଛନ୍ତି। ୨ଟି ଗାଡ଼ିରେ ଯାଇଥିବାବେଳେ ଗୋଟିଏ ଗାଡ଼ି ଖାଇରେ ଗଳିପଡ଼ିଥିଲା । ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଥିବା ସୂଚନା ରହିଛି। ପରିବାର ସହ ସେ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ଅଛନ୍ତି। ତେବେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଓ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ କୋରେଇ ବିଧାୟକ ଆକାଶ ଦାସ ନାୟକ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031