Indus Valley Times

ସିନ୍ଧେକେଲାରୁ ୨୯ ଦାଦନ ଉଦ୍ଧାର, ସର୍ଦ୍ଦାର ଗିରଫ

 Breaking News

ସିନ୍ଧେକେଲାରୁ ୨୯ ଦାଦନ ଉଦ୍ଧାର, ସର୍ଦ୍ଦାର ଗିରଫ

December 21
21:55 2020

ସିନ୍ଧେକେଲା,୨୧/୧୨: ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ୨୯ ଜଣ ଦାଦନ ଶ୍ରମିକଙ୍କୁ ସେମାବାର ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ବଙ୍ଗୋମୁଣ୍ଡା ଥାନା ଡଙ୍ଗରପଡ଼ା ଗାଁର ପୀତବାସ ସିନ୍ଦୁରକୁ ଗିରଫ କରିଛି। ଉଦ୍ଧାର ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କୁହୁରା ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୬ ଜଣ ଶିଶୁ, ୯ ଜଣ ମହିଳା ଏବଂ ୧୪ ଜଣ ପୁରୁଷ ରହିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦର ଏକ ଇଟାଭାଟିକୁ ଚାଲାଣ ପାଇଁ ୩ଟି ଅଟୋରେ କଣ୍ଟାବାଞ୍ଜିକୁ ନିଆଯାଉଥିଲା। ସିନ୍ଧେକେଲା ଥାନା ପୁଲିସ ସନ୍ଦେହରେ ଅଟକାଇ ପଚରା ଉଚୁରା କରିବାରୁ ଦାଦନ ଚାଲାଣ ସଂପର୍କରେ ଜାଣିପାରିଥିଲା। ଏନେଇ ପୁଲିସ କେସ୍ ନଂ ୧୪୬/୨୦ରେ ମାମଲା ରୁଜୁ କରି ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇଛି।

-Sambad

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031