Indus Valley Times

ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ : ଓଡ଼ିଶାରେ ୯୨.୩୯% ପାସ୍

 Breaking News

ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ : ଓଡ଼ିଶାରେ ୯୨.୩୯% ପାସ୍

ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ : ଓଡ଼ିଶାରେ ୯୨.୩୯% ପାସ୍
July 14
09:50 2020

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ତାରି ଏଜୁକେସନ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମଧ୍ୟାହ୍ନରେ ସିବିଏସ୍ଇ ୱେବସାଇଟ୍ରେ ‘results.nic.in/cbseresults.nic.in/cbse.nic.in’ ପରୀକ୍ଷା ଫଳ ଉପଲବ୍ଧ ହୋଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ବର ଜୋନ୍ରେ ଏଥର ପାସ୍ହାର ୯୧.୪୬ ପ୍ରତିଶତ ରହିଛି। ପଶ୍ଚିମବଙ୍ଗର ପାସ୍ହାର ସର୍ବାଧିକ ୯୩.୯୦% ରହିଥିବା ବେଳେ ଓଡ଼ିଶାର ପାସ୍ହାର ୯୨.୩୯% ଓ ଛତିଶଗଡ଼ର ୮୭.୭୫% ରହିଛି। ୨୦୧୯ରେ ଭୁବନେଶ୍ବର ଜୋନ୍ର ପାସ୍ହାର ୯୦.୦୮% ରହିଥିଲା। ଭୁବନେଶ୍ବର ଜୋନ୍ରେ ମୋଟ ୭୧ ହଜାର ୪୨୭ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୭୦ ହଜାର ୩୯୫ ଜଣ ପରୀକ୍ଷା ଦେଇଥିଲେ।
ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରୁ ୧୭ ହଜାର ୫୬୫ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାର ୪୩୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬ ହଜାର ୧୦୬ ଜଣ କୃତକାର‌୍ୟ୍ୟ ହୋଇଛନ୍ତି। ୭ ହଜାର ୨୪୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬ ହଜାର ୭୮୫ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୩.୬୬% ରହିଛି। ପରୀକ୍ଷା ଦେଇଥିବା ୧୦ ହଜାର ୧୮୯ ଜଣ ଛାତ୍ରଙ୍କ ମଧ୍ୟରୁ ୯ ହଜାର ୩୨୧ ଜଣ ପାସ୍ କରିଛନ୍ତି। ପାସ୍ହାର ୯୧.୪୮% ରହିଛି। ପଶ୍ଚିମବଙ୍ଗରୁ ୨୮ ହଜାର ୪୨ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୨୭ ହଜାର ୬୮୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୫ ହଜାର ୯୯୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧୨ ହଜାର ୧୫୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୧ ହଜାର ୬୪୫ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୯୫.୮୧% ରହିଛି। ୧୫ ହଜାର ୫୨୭ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୪ ହଜାର ୩୪୮ ଜଣ ପାସ୍ କରିଛନ୍ତି। ପାସ୍ହାର ୯୨.୪୧% ରହିଛି।
ସେହିପରି ଛତିଶଗଡ଼ରେ ୨୨ ହଜାର ୮୦୬ ଜଣ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୨ ହଜାର ୬୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୮୭୧ ଜଣ ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୧୦ ହଜାର ୫୩୭ ଛାତ୍ରୀଙ୍କ ମଧ୍ୟରୁ ୯ ହଜାର ୪୦୫ ଜଣ ପାସ୍ କରିଛନ୍ତି ଏବଂ ପାସ୍ହାର ୮୯.୨୬% ହୋଇଛି। ୧୨ ହଜାର ୧୦୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୦ ହଜାର ୪୬୬ ଜଣ ପାସ୍ କରିଛନ୍ତି। ପାସ୍ହାର ୮୬.୪୪% ରହିଛି। ପ୍ରତିଥର ପରି ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଛନ୍ତି।
ଭୁବନେଶ୍ବର ଜୋନ୍ରେ ଛାତ୍ରୀଙ୍କ ପାସ୍ହାର ୯୨.୯୮% ରହିଥିବା ବେଳେ ୯୦.୨୫% ଛାତ୍ର ପାସ୍ କରିଛନ୍ତି। ଏଥର ଜାତୀୟ କିମ୍ବା ଜୋନ୍ସ୍ତରରେ କୌଣସି ଟପର୍ ତାଲିକା ପ୍ରକାଶ କରାଯାଇ ନ ଥିବା ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଭୁବନେଶ୍ବର ଜୋନ୍ରେ ଜେଏନ୍ଭି(ଜବାହର ନବୋଦୟ ବିଦ୍ୟାଳୟ)ର ଛାତ୍ରଛାତ୍ରୀ ବାଜି ମାରିଛନ୍ତି। ଜେଏନ୍ଭିର ପାସ୍ହାର ୯୯.୩୫% ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ପାସ୍ହାର ୯୯.୦୧%, ସ୍ବାଧୀନ ତଥା ଘରୋଇ ବିଦ୍ୟାଳୟର ପାସ୍ହାର ୯୨.୧୦%, ସରକାରୀ ବିଦ୍ୟାଳୟରେ ୭୨.୮୬%, ସିଟିଏସ୍ଏ ସ୍କୁଲର ପାସ୍ହାର ୯୮.୭୩% ଓ ପ୍ରାଇଭେଟ୍ ପାସ୍ହାର ୪୩.୫୯ ପ୍ରତିଶତ ହୋଇଛି। ଭୁବନେଶ୍ବର ଜୋନ୍ରେ ଏଥର ୭୪୪ ସ୍କୁଲର ଛାତ୍ରଛାତ୍ରୀ ୨୯୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। କପି କରି ୫ ଜଣ ଛାତ୍ରଛାତ୍ରୀ ଏମ୍ପି ହୋଇଛନ୍ତି। ସିବିଏସ୍ଇର ୧୬ଟି ଜୋନ୍ ମଧ୍ୟରୁ ଭୁବନେଶ୍ବର ଜୋନ୍ ୮ମ ସ୍ଥାନରେ ରହିଛି। ତ୍ରିବେନ୍ଦ୍ରମ୍ର ପାସ୍ହାର ସର୍ବାଧିକ ୯୭.୬୭% ଥିବା ବେଳେ ବେଙ୍ଗାଲୁରୁର ୯୭.୦୫%, ଚେନ୍ନାଇର ୯୬.୧୭%, ଦିଲ୍ଲୀ ୱେଷ୍ଟର ୯୪.୬୧%, ଦିଲ୍ଲୀ ଇଷ୍ଟର ୯୪.୨୪%, ପଞ୍ଚକୁଲାର ୯୨.୫୨%, ଚଣ୍ଡୀଗଡ଼ର ୯୨.୦୪% ରହିଛି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031