Indus Valley Times

ସିସି କ୍ୟାମେରା ଜଗିବ ପୂଜା ମଣ୍ଡପକୁ : ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ

 Breaking News

ସିସି କ୍ୟାମେରା ଜଗିବ ପୂଜା ମଣ୍ଡପକୁ : ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ

ସିସି କ୍ୟାମେରା ଜଗିବ ପୂଜା ମଣ୍ଡପକୁ : ଜିଲ୍ଲା ପୋଲିସର ବଡ଼ ପଦକ୍ଷେପ
September 29
14:29 2025

ଅରୁଣ ସାହୁଙ୍କ ରିପୋର୍ଟ
କନ୍ଧମାଳ, ୨୯ /୯ : କନ୍ଧମାଳ ଜିଲ୍ଲା ପୋଲିସ ର ବଡ଼ ପଦକ୍ଷେପ ଏଥର ଜିଲ୍ଲାର ସମସ୍ତ ପୂଜା ମଣ୍ଡପରେ ଲାଗିବ ସିସି ଟିଭି ଆଉ । ଶାନ୍ତି ଶୃଙ୍ଖଳାର ସହ ପୂଜା ପର୍ବ ପାଳନ ପାଇଁ କନ୍ଧମାଳ ଏସପି ହରିଶ ବିଶି ଆଣିଛନ୍ତି ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଏହି କ୍ରମରେ ଦାରିଙ୍ଗବାଡି ରେ ହେବାକୁ ରହିଥିବା ଦଶହରା ପୂଜା ଓ ଗଜଲଷ୍ମୀ ପୂଜା ମଣ୍ଡପ ରେ ଲାଗିବ ସିସି କ୍ୟାମେରା ଏନେଇ ପୂଜା କମିଟିର କର୍ମକର୍ତ୍ତା ଙ୍କୁ ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ନିର୍ଦ୍ଦେଶ ଦେଉଛନ୍ତି ସିସି କ୍ୟାମେରା
ମଣ୍ଡପ ଭିତରେ ଯେଉଁଠି ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ସେଠି କ୍ୟାମେରା ଖଞ୍ଜା ଯିବା ସହ ମଣ୍ଡପ ବାହାରେ ମଧ୍ୟ କ୍ୟାମେରା ଲାଗିବ ଏହା ଦ୍ୱାରା ଶୃଙ୍ଖକା ଦର୍ଶନ ହେବା ସହ ବିଶେଷ କରି ମହିଳା ମାନଙ୍କ ସାମାଜିକ ସୁରକ୍ଷା କୁ ପୋଲିସ କଡାକଡି ଭାବେ ପଦକ୍ଷେପ ନେଉଥିବା ଜଣାପଡିଛି ବିଭିନ୍ନ ଛକ ଗୁଡିକରେ ପୋଲିସ ଅଫିସର ନିୟୋଜିତ କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ଲୋକଙ୍କୁ ସୁରକ୍ଷା ଦେବେ ଦାରିଙ୍ଗବାଡି ର ଚାରି ଛକ ରେ ଦୁର୍ଗାପୂଜା ବଡ଼ ଧୁମ୍ ଧାମ୍ ରେ ପାଳନ ହେବାକୁ ରହିଥିବା ବେଳେ ଦୁର୍ଗା ପୂଜା ସରିବା ପରେ ଗଜଲଷ୍ମୀ ପୂଜା ସେହି ସ୍ଥାନରେ ପାଳନ ହେବାକୁ ରହିଛି ସେହିପରି ଦାରିଙ୍ଗବାଡି ର ଅନ୍ୟ ସ୍ଥାନ ତୁଡୁକିବାଡି ସାହିରେ ମଧ୍ୟ ଚଳିତ ଥର ଗଜଲଷ୍ମୀ ପୂଜା ମହା ଆଡ଼ମ୍ବରରେ ହେବାକୁ ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି ।
ସେହିପରି ସିମନବାଡି ରେ ମଧ୍ୟ ଚଳିତ ଥର ୩୭ ତମ ଦୁର୍ଗାପୂଜା ହେବାକୁ ଯାଉଛି ଏଥି ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।
ପୋଲିସ ଅଫିସର ଅର୍ଜୁନ ଶବର ଙ୍କ ନେତୃତ୍ୱ ରେ ସଶସ୍ତ୍ର ପୋଲିସ ବାହିନୀ ପୂଜା ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ନିୟୋଜିତ ହୋଇଥିବା ଡିଏସପି କହିଛନ୍ତି ।
ସେଠାରେ ମଧ୍ୟ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ରାତି ୧୦ ଟା ପରେ ସମସ୍ତ ପୂଜା ମଣ୍ଡପରେ ଶବ୍ଦ ପ୍ରଦ୍ୟୁଷଣ କୁ ବନ୍ଦ କରିବାଜୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁ ପୂଜା କମିଟି ପୋଲିସର ନିର୍ଦ୍ଦେଶ କୁ ଅବମାନନା କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କନକ ମାଝୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନରେ ବାଧକ ସାଜିଛି ବାଲି, ଗୁଡ଼ି, ମେଟେଲ
କନ୍ଧମାଳ, ୨୯ /୯ : ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି ବ୍ୟକ୍ତି ଗତ ସ୍ତରରେ ଗରୀବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି ।
ହେଲେ ଏବେ ମାଳ ମାଳ ଗୃହ ନିର୍ମାଣ ରେ ବାଧକ ସାଜିଛି ମେଟେରିଆଲ ଅଞ୍ଚଳରେ ବାଲି, ଗୁଡ଼ି, ପଥର ରହିଥିଲେ ମଧ୍ୟ ଏହା ଯୋଗାଉଥିବା ଗାଡି ମାଲିକ ଯଥା ହାଇୱା, ଟ୍ରାକ୍ଟର ଆଦି ମାଲିକ ମାନେ ଉଚ୍ଚ ଦରରେ ହିତାଧିକାରୀଙ୍କୁ ଯୋଗାଉଥିବା ଅଭିଯୋଗ ହେଉଛି ବାଲି ଜିଲ୍ଲା ବାହାରୁ ହାଇୱାରୁ ଆସୁଥିବାରୁ ଗୋଟିଏ ହାଇୱା ପିଛା ୧୮ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଭଡା ସୂତ୍ର ରେ ନେଉଛନ୍ତି ।
ଏଥିପ୍ରତି ଦାୟିତ୍ୱ ରେ ଥିବା ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ କୌଣସି ଦୃଷ୍ଟି ଦେଉନଥିବାରୁ ଅବାଧରେ ଦଲାଲ ମାନେ ହିତାଧିକାରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି ।
ସେହିପରି ଇସ୍ପାତ ଓ ଖଣି ବିଭାଗର କୌଣସି ଅଧିକାରୀ ଦାରିଙ୍ଗବାଡି ଅଞ୍ଚଳରେ ଗାଡି ମୋଟର ଯାଞ୍ଚ କରୁନଥିବାରୁ ବେଧଡ଼କ ଦଲାଲ ମାନେ ପଥର, ଗୁଡ଼ି କୁ ବିକ୍ରୀ କରି ମାଲାମାଲ ହେଉଥିବା ବେଳେ ସରକାର ରାଜସ୍ୱ ହରାଉଥିବା ବେଳେ ହିତାଧିକାରୀ ମାନେ ଉଚ୍ଚ ଦରରେ ବାଲି, ପଥର, ଗୁଡ଼ି, ମେଟେଲ ଗାଡି ମଲିକଙ୍କ ଠାରୁ କିଣି ହଟହଟା ଭୋଗୁଥିବା ଜଣାପଡିଛି ।
କନ୍ଧମାଳ ପୋଲିସର ବଡ଼ ପଦକ୍ଷେପ : ଦାରିଙ୍ଗବାଡି ଥାନାର ବିଭିନ୍ନ ସ୍ଥାନରେ ଲାଗିଲା ପୋଲିସ ସହାୟତାର ଆପ୍ \”ସାଥି\”, ଲୋକଙ୍କୁ ଇ-ଏଫଆଇଆର ଦାଖଲ ସହ ବିଭିନ୍ନ ସୁବିଧା
କନ୍ଧମାଳ, ୨୯ /୯: କନ୍ଧମାଳ ପୋଲିସର ବଡ଼ ପଦକ୍ଷେପ ଲୋକଙ୍କୁ ବିଭିନ୍ନ ଆଇନ ସେବା ଯୋଗାଇଦେବାକୁ ପୋଲିସ ର ପ୍ରୟାସ ଏବେ ସବୁଠି ଚର୍ଚ୍ଚା ।
ପ୍ରକାଶ ଯେ କନ୍ଧମାଳ ଏସପି ହରିଶ ବିସିଙ୍କ ନେତୃତ୍ୱ ରେ ପୋଲିସ ଆରମ୍ଭ କରିଛି ଆପ୍ \”ସାଥି\” ଯେଉଁ ଆପ୍ ରେ ରହିଛି ଏକାଧିକ ସୁବିଧା ବିଶେଷ କରି ଇ-ଏଫଆଇଆର ଦାଖଲ ଓ ତାର ସ୍ଥିତି ସମ୍ପର୍କରେ ଜାଣିବା ବ୍ୟବସ୍ଥା ଏହି ଆପ୍ \”ସାଥି\” ରେ ବ୍ୟବସ୍ଥା ରହିଛି ଏଥିସହ ଥାନା ଅଞ୍ଚଳ ଗୁଡିକର ଲୋକେସନ,ଜରୁରୀକାଳୀନ କଲ ବ୍ୟବସ୍ଥା ସହ ପୋଲିସ ର ସେବା ସମ୍ପର୍କରେ ମତାମତ ଦେବାର ସୁବିଧା ରହିଛି ଏଥିପାଇଁ ପୋଲିସ ପକ୍ଷରୁ ଏହି ଆପ୍ ରେ ଥିବା ଏକ କ୍ୟୁଆର ବାର କୋଡ଼ ରହିଛି ଲୋକମାନେ ମୋବାଇଲରେ ସ୍କାନର ଦେଖାଇବା କ୍ଷଣି ଆପ ଟି ଖୋଲିବା ସହ ହ୍ୱାଟ୍ସଆପ ଖୋଲିବ ଏବଂ ସମସ୍ତ ନିଅୟମାବଳୀ ଖୋଲିବା ବ୍ୟବସ୍ଥା ରହିଛି ।
ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଙ୍କ ନେତୃତ୍ୱ ରେ ଏହି ଆପ୍ ରହିଥିବା ପୋଷ୍ଟର ବିଭିନ୍ନ ଗ୍ରାମ, ଗାଁ ଛକରେ ଲଗାଯାଇଛି ।
ଏହି ଆପ୍ କୁ କିଭଳି ନିଜ ମୋବାଇଲରେ ବ୍ୟବହାର କରିବେ ଓ କ\’ଣ ସବୁ ଫାଇଦା ଦେବ ସେ ନେଇ ଡିଏସପି କନକ ମାଝୀ, ଏସଆଇ ଜୟନ୍ତ ସେଠୀ, ଲଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ପ୍ରମୁଖ ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇବା ସହ ଲୋକଙ୍କୁ ସଚେତନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031