Indus Valley Times

ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍, ଟ୍ୱିଟ୍ କରି ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

 Breaking News

ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍, ଟ୍ୱିଟ୍ କରି ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

January 30
11:29 2024

ଗଂଜାମ, ୩୦/୧ : ପୁରୀ ପରେ ଗଂଜାମ ଜିଲ୍ଲାର ସୁନାପୁର ବିଚକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚର ମାନ୍ୟତା । ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପରିବେଶ ମାନ, ପରିଷ୍କାର ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି । ବ୍ଲୁପ୍ଲାଗ ବିଚର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ବିଚକୁ ବ୍ଲୁ ଫ୍ଲାଗ ବ୍ଲୁ ଫ୍ଲାଗ ବିଚର ମାନ୍ୟତା ମିଳିଥିଲା। ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ମାନ୍ୟତା ମିଳିଥିଲା।
ଡେନମାର୍କର ସଂସ୍ଥା ଫାଉଣ୍ଡେସନ ଫର୍ ଏନଭାଇରନମେଣ୍ଟାଲ ଏଜୁକେସନ- ୠଋଋ ପକ୍ଷରୁ ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031