Indus Valley Times

ସୁନ୍ଦର ପରିବେଶରେ ଭିତରେ ଆମ ଗାଁ

 Breaking News

ସୁନ୍ଦର ପରିବେଶରେ ଭିତରେ ଆମ ଗାଁ

April 19
10:47 2025

ମମତା ମହାପାତ୍ରଙ୍କ ରିପୋର୍ଟ
ଓଡ଼଼ିଶା, ୧୯/୪ : ଗତ ତେର ତାରିଖ ଯେତେବେଳେ ସାରା ରାଜଧାନୀରେ “ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ” ଅତି ଯାକଜମକରେ ପାଳନ କରାଯାଉଥିଲା, ସେତେବେଳେ ମୁଁ କିନ୍ତୁ ଚାଲିଯାଇଥିଲି ସହରର ଅନତିଦୂରରେ ଥିବା ମୋର ପ୍ରିୟ ଗାଁ ପାଖକୁ।
ଗାଁ ଘରକୁ ଲାଗି ମୋର “ଫାର୍ମ ହାଉସ ” ରୁ ନଡ଼ିଆଗଛ ଚଢ଼ାଳିକୁ ଲଗାଇ ନଡ଼ିଆ ପାରିବା ଓ ଗଛ ଛାଇ ତଳେ ବସି ପଇଡ଼ପାଣି ପିଇବା ସଙ୍ଗେ ସଙ୍ଗେ ତାର ସୁମିଷ୍ଟ ନାଳି ବାହାର କରି ଖାଇବାର ମଜା ନେଉଥିଲି।
ସେଦିନର ତାପମାତ୍ରା ଅଠତିରିଶ ଡିଗ୍ରୀରୁ ଅଧିକା ଥିଲା କିନ୍ତୁ ଗଛତଳର ଛାଇ ଓ ନଇକୂଳିଆ ସୁଲୁସୁଲିଆ ପବନରେ ତାର ପ୍ରଭାବ କିଛି ବି ପଡ଼ିନଥିଲା। ମୋର ପାଠ ପଢିବା ଓ ଚାକିରି କରିବାକୁ ନେଇ ମୁଁ ଭୁବନେଶ୍ୱରରେ ପଇଁଚାଳିଶ ବର୍ଷ କଟେଇ ସାରିଲେଣି।
କିନ୍ତୁ ମୋର ଗାଁ ମୋ ପାଇଁ ସ୍ୱର୍ଗ। କାରଣ ମୋ ବାପା ଓ ବୋଉ ଙ୍କର ଅତି ଆଦରର ସ୍ଥାନ ଥିଲା ଏଇ ଜାଗା।
ସେମାନେ ନିଜର ରକ୍ତ ଦେଇ ଷାଠିଏ ବର୍ଷ ତଳେ ଏଇ ଗାଁରେ ପ୍ରଥମ କୋଠାଘର ତିଆରି କରିବା ସଙ୍ଗେ ସଙ୍ଗେ ପ୍ରଥମ ଇଲେକ୍ଟ୍ରି କରେଣ୍ଟ ଆଣିଥିଲେ।ପାଖା ପାଖି ପାଞ୍ଚ ଏକରରୁ ଅଧିକା ଜାଗାରେ ।
ଗୋଟିଏ ଫାର୍ମ ହାଉସ ତିଆରି କରିଥିଲେ। ସେତେବେଳେ ବିଭିନ୍ନ ଧାର୍ମିକ ପ୍ରଥାକୁ ପଛରେ ପକାଇ ବାପା ନିଜେ ନଡ଼ିଆ ଓ ଗୁଆ ଗଛ ପକାଇବା ସହିତ ବାଉଁଶ ଗଛ, ଓଉ ଗଛ, ଆମ୍ବ, ପଣସ, ଶାଗୁଆନ, ଶାଳ, ଇଉକାଲିପଟାସ,ଶିଶୁ, ଗମ୍ଭାରୀ, ଚାକୁଣ୍ଡା, ନିମ୍ବ, କୃଷ୍ଣଚୂଡ଼ା, ବଡ଼ ଚମ୍ପା, ବେଲ, ବଉଳ, ଚିନି ଚମ୍ପା, ଚନ୍ଦନ, ନାଗେଶ୍ୱର, ଇଠାଫଳ, କରଞ୍ଜ, ଅଁଳା,ଆହୁରି କେତେ ଗଛ ସହିତ କମଳା, ଲେମ୍ବୁ, କଇଁଥ, ଜାମୁ,ଶିମିଳି, କଦଳୀ, ପେସ୍ତାବାଦାମ ଇତ୍ୟାଦି ଇତ୍ୟାଦି।ମହାବାତ୍ୟାରେ ଅନେକ କ୍ଷୟ କ୍ଷତି ହୋଇଥିଲେ ମଧ୍ୟ ଅନେକ ଗଛର ବଳୟ ଭିତରେ ପନ୍ଦର ବଖରା ଘର ତିଷ୍ଠି ରହିଛି।
ବାପା ତାଙ୍କ ଚାକିରି କାଳ ଭିତରେ ସହରରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାର କ୍ଷମତା ଥିବା ସତ୍ୱେ ସେ ଗ୍ରାମରେ ରହିବା ପାଇଁ ମନସ୍ଥ କରିଥିଲେ । ସେଥିପାଇଁ ସେ ସିମେଣ୍ଟ ଠାରୁ ଗୋଡି ପର୍ଯ୍ୟନ୍ତ ସବୁ ଜିନିଷ କଟକରୁ ନୌକାରେ ଆଣି ବନ୍ଧ ଉପରେ ରଖି ଶଗଡ଼ରେ ଘର ପାଖକୁ ଆଣୁଥିଲେ।
ଆମ ଗାଁର ଭୌଗୋଳିକ ପରିସ୍ଥିତି ବିଚିତ୍ର ଥିଲା । ତିନିକଡେ ବା ତିନିଦିଗରେ ଦେବୀ ନଦୀ ଘେରିଥିଲାବେଳେ ଉତ୍ତର ଦିଗରେ ବିଲୁଆଖାଇ ନଦୀ। ବାଇଶିଟି ମୌଜ଼ା ତା ଭିତରେ।
ଏହା ଏକ “ଟାପୁ” ଅଞ୍ଚଳ।ପୂର୍ବରୁ ଅଣବିଭାଜିତ କଟକ ଜିଲ୍ଲାରେ ଥିଲା। ଏବେ କିନ୍ତୁ “ଜଗତସିଂହପୁର\” ଜିଲାରେ ଅନ୍ତର୍ଭୂକ୍ତ। ପୂର୍ବରୁ ଗମନାଗମନ ପାଇଁ ନୌକା ଉପରେ ନିର୍ଭର କରିବାକୁ ପଡୁଥିଲା ।
ଏବେ କିନ୍ତୁ ନଦୀ ଉପରେ ପାଞ୍ଚ ପାଞ୍ଚଟା ପୋଲ ବା ବ୍ରିଜ।ବାପାଙ୍କର ନିର୍ଦେଶ ଥାଏ ପ୍ରତ୍ୟେକ ଛୁଟିରେ ଗ୍ରାମରେ କଟାଇବା ପାଇଁ।
ତେଣୁ ସେତେବେଳେ ଚୌଦ୍ୱାର, କଟକ ରୁ ବସ୍ ରେ ଆସି ବିରିଡି ବସ୍ ଷ୍ଟାଣ୍ଡରେ ଓହ୍ଲାଇ,ଦୁଇଟି ନଦୀ ପାର ହୋଇ ଚାଲି ଚାଲି ମଙ୍ଗୁଲି ଗ୍ରାମ ତାପରେ ଉକୁନ୍ଦରା ଗ୍ରାମ ଓ ପରେ ପରେ ବାସନ୍ଦ୍ରା ଗ୍ରାମ ଦେଇ ପହଂଚୁ ବଗିକୁଳସାହିରେ।
ସମୁଦାୟ ବ୍ୟବଧାନ ଥାଏ ବାରକିଲୋମିଟର।ଏହା ଥିଲା ପଚାଶବର୍ଷ ତଳେ ମୋ ଗ୍ରାମର ପରିସ୍ଥିତି।
ହଁ ଗତ ରବିବାରରେ ପଇଡ଼ ପିଇବା ସହିତ ମଧ୍ୟାହ୍ନ ଭୋଜନରେ ବାରି କଦଳୀ ପତ୍ରରେ ନଈ ଚିଙ୍ଗୁଡ଼ି ଓ ଅରୁଆ ଅନ୍ନ ଓ ବାରି କଞ୍ଚା ଆମ୍ବର ଖଟା ଟା ମଧ୍ୟ ବେଶ ରୁଚିକର ହୋଇଥିଲା।
ସନ୍ଧ୍ୟା ବେଳକୁ ମୋର ମନେ ପଡିଯାଉଥିଲା କାଳଜୟୀ ସଙ୍ଗୀତକାର \” ଅକ୍ଷୟ ମହାନ୍ତି \” ଙ୍କ କଣ୍ଠରେ ଓ ଗୀତିକାର ନିମାଇଁ ମହାନ୍ତି ଙ୍କ ସେଇ କାଳଜୟୀ ଗୀତ….
\” ନଈ ସେପାରିରେ ତୁମରି ( ମୋହରି )ଗାଁ ଅଫେରା ଢେଉରେ ଭାସି ଭାସି ଯାଏ ମୋ ମନର ଟିକି ନାଆ..\”ଫ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031