Indus Valley Times

‘ସୁପର ଡ୍ୟାନ୍ସର-୪’ର ବିଜେତା ହେଲେ ଫ୍ଲୋରିନା: ୧୫ ଲକ୍ଷ ଟଙ୍କା ସହ ହାତେଇଲେ ଟ୍ରଫି

 Breaking News

‘ସୁପର ଡ୍ୟାନ୍ସର-୪’ର ବିଜେତା ହେଲେ ଫ୍ଲୋରିନା: ୧୫ ଲକ୍ଷ ଟଙ୍କା ସହ ହାତେଇଲେ ଟ୍ରଫି

‘ସୁପର ଡ୍ୟାନ୍ସର-୪’ର ବିଜେତା ହେଲେ ଫ୍ଲୋରିନା: ୧୫ ଲକ୍ଷ ଟଙ୍କା ସହ ହାତେଇଲେ ଟ୍ରଫି
October 10
10:00 2021

ମୁମ୍ବାଇ ୧୦/୧୦: ସୋନି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିୟାଲିଟି ଶୋ ସୁପର ଡ୍ୟାନ୍ସର-୪ । ଗତ କାଲି ଏହି ଶୋର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି । ଏହି ଶୋର ବିଜେତା ହୋଇଛନ୍ତି ଫ୍ଲୋରିନା ଗୋଗୋଇ ।ଏହି ଶୋରେ ଜଜ୍ ହିସାବରେ ରହିଥିଲେ କୋରିଓଗ୍ରାଫର ଗୀତା କପୁର, ଫିଲ୍ମ ନିର୍ମାତା ଅନୁରାଗ୍ ବସୁ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଜଜ୍ କରି ଆସୁଥିଲେ ।
ତେଵେ ସୁପର ଡ୍ୟାନ୍ସର ଚାପ୍ଟର-୪ର ଟପ -୫ରେ ଫ୍ଲୋରିନା ଗୋଗୋଇ, ଇଶା ମିଶ୍ରା , ସଞ୍ଚିତ ଚନାନା, ପୃଥିରାଜ୍, ନୀରଜା ଫାଇନା ଲିଷ୍ଟ ଥିଲେ । ହେଲେ ଏହାରି ମଧ୍ୟରେ ସମସ୍ତଙ୍କୁ ଟକ୍କର ଦେଇ ବିଜେତା ହୋଇଛନ୍ତି ଫ୍ଲୋରିନା ।
ଫ୍ଲୋରିନାଙ୍କୁ ବିଜେତା ଭାବେ ଘୋଷଣା କରାଯିବା ପରେ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରଷ୍କାର ସହ ଚକ୍ମକ୍ କରୁଥିବା ଟ୍ରଫି ଘରୁକୁ ନେଇଥିଲେ । ଗୁରୁ ତୁଷାରଙ୍କୁ ମଧ୍ୟ ନଗଦ ୫ ଲକ୍ଷ ଟଙ୍କା ପାଇଛନ୍ତି ।
ଏହା ବ୍ୟତୀତ ଦ୍ବିତୀୟ ସ୍ଥାନରେ ପୃଥିରାଜ୍ ଥିବା ବେଳେ ୫ ଲକ୍ଷ ଟଙ୍କା ପାଇଛନ୍ତି । ତୃତୀୟ ସ୍ଥାନରେ ପଞ୍ଜାବର ସଞ୍ଚିତ , ସେଭଳି ଚତୁର୍ଥ ସ୍ଥାନରେ ନୀରଜା ଓ ଇଶା ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ତେବେ ଟପ୍-୫ରେ ଶେଷ ତିନି ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ଏକ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି ।
ଏହା ବ୍ୟତୀତ ସମସ୍ତ ଟପ୍-୫ ଫାଇନାଲିଷ୍ଟଙ୍କୁ ଶୋର ପ୍ରୋଜଯୋକ ତରଫରୁ ରେଫ୍ରିଜେଟର ଓ ଏୟାର ପ୍ୟୁରିଫାୟର ଓ ପାର୍ଟନର ବ୍ୟାଙ୍କ ତରଫରୁ ୫୧,୦୦୦ର ଏଫଡି ସାର୍ଟିଫିକେଟ୍ ଦିଆଯାଇଛି ।
ଅନ୍ୟପଟେ ଫ୍ଲୋରିନା ବିଜେତା ହୋଇଥିବା ନେଇ ଖୁବ୍ ଖୁସି ଅଛନ୍ତି । ଏହାକୁ ନେଇ ସେ କହିଛନ୍ତି ମୁଁ କଣ କହିବି ମୁଁ ଜାନି ନାହିଁ । ମୁଁ କେବେ ଏହି ଦିନ କୁ ଭୁଲି ପାରିବି ନାହିଁ , ଏହାକୁ ନେଇ ମୁଁ ଖୁବ୍ ଉତ୍ସାହିତ ଅଛି ।
ମୋତେ ଭୋଟ୍ ଦେଇଥିବାରୁ ଏବଂ ସୁପର ଡ୍ୟାନ୍ସରରେ ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି । ମୋ ଉପରେ ବିଶ୍ୱାସ କରି ମୋତେ ତାଲିମ ଦେଇଥିବାରୁ ତୁଷାର ଭାଇଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ସୁପର ଡାନ୍ସରେ ମୋର ଅନେକ ନୂଆ ବନ୍ଧୁ ସୃଷ୍ଟି କରିଛି । ମୁଁ ସେମାନଙ୍କୁ ବହୁତ ମନେ ପକାଇବି। ଆଗକୁ ମୁଁ ନୃତ୍ୟ ଜାରି ରଖିବି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930