Indus Valley Times

ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଗଲା ୧ଟଙ୍କା

 Breaking News

ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଗଲା ୧ଟଙ୍କା

September 15
16:38 2024

ଭୁବନେଶ୍ୱର, ୧୫/୯: ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି। ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ଭୁବନେଶ୍ଵରରେ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରାଜଧାନୀର ୟୁନିଟ୍ ୩ ସ୍ଥିତ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛକ ପର‌୍ୟ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି।
ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିଛନ୍ତି। ସୁଭଦ୍ରା ଯୋଜନା ବାବଦରେ ସାଚତନତା ସୃଷ୍ଟି ପାଇଁ ଆଜିଠାରୁ ଗୋଟିଏ ସପ୍ତାହ ପର‌୍ୟ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଏବଂ ପଞ୍ଚାୟତରେ ସୁଭଦ୍ରା ସ୍ଵାଗତ ସପ୍ତାହ ଅନୁଷ୍ଠିତ ହେବ ।
ଅନ୍ୟପଟେ ‘ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା।’ସୁଭଦ୍ରା’ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି।
ଏହା ସହିତ ସେ ଆହୁରି କହିଛନ୍ତି କି ‘ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା ଚାଲିବ’। ‘୧୭ ତାରିଖକୁ ନେଇ ଭୟଭୀତ ହୁଅନି, ସବୁ ଆକାଉଣ୍ଟକୁ ଟଙ୍କା ଯିବ। ସୁଭଦ୍ରା ଯୋଜନାରେ ଏଯାବତ୍ ଷାଠିଏ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି। ୧୫ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଆବେଦନ କରିଥିବା ସମସ୍ତ ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ସେପଟେ ସାରା ରାଜ୍ୟରେ ଆଜି ସୁଭଦ୍ରା ସ୍ବାଗତ ପଦଯାତ୍ରା ହେଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31