Indus Valley Times

ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା:ଜନସୂଚନା ଅଧିକାରୀଙ୍କୁ ଆଠ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

 Breaking News

ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା:ଜନସୂଚନା ଅଧିକାରୀଙ୍କୁ ଆଠ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

August 28
22:00 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୮/୮ : ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା ।
ଜନସୂଚନା ଅଧିକାରୀଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓ ଙ୍କୁ ନିର୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ ।
ସୂଚନା ଅନୁସାରେ ଆବେଦନକାରି ଶିବରାମ ମହାପାତ୍ର ଗତ ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ।
ନୟାଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀତମା ମହାଦେବ ପୋଖରୀ ଖୋଳାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଅଦ୍ୟାବଧି କେଉଁ କାରଣରୁ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କର ମଜୁରୀ ମିଳିନାହିଁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ ଏହି ଆବେଦନରେ ଦର୍ଶାଯାଇଥିଲା ।
ତେବେ ଏହି ତଥ୍ୟ ୱେବସାଇଟରେ ଉପଲବ୍ଧ ନଥିବା ଦର୍ଶାଇ ତତ୍କାଳୀନ ନୂଆଗାଁ ବ୍ଲକ ଜନସୂଚନା ଅଧିକାରୀ ବିଭ୍ରାନ୍ତକର ତଥ୍ୟ ପ୍ରଦାନ କରିଥିଲେ ।
ଏହାପରେ ନୂଆଗାଁ ବିଡ଼ିଓଙ୍କ ପାଖରେ ପୁଣିଥରେ ଏହି ତଥ୍ୟ ଦେବାକୁ ନେଇ ପ୍ରଥମ ଅପିଲ କରିଥିଲେ ଶିବରାମ । ତେବେ, ଏହାସତ୍ୱେ ଶିବରାମଙ୍କୁ ସଠିକ ତଥ୍ୟ ମିଳିନଥିବା ଅଭିଯୋଗ କରି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ୯୦୬/୨୦୧୯ ରେ ଏକ ମାମଲା ରୁଜୁ ହୋଇଥିଲା ।
ତେବେ ଦୀର୍ଘ ୩ବର୍ଷ ପରେ ଏହି ମାମଲାରେ ଉଭୟ ପକ୍ଷଙ୍କ ସମସ୍ତ ଯୁକ୍ତିର ଶୁଣାଣି କରି ବିଭ୍ରାନ୍ତକର ତଥ୍ୟଦେବା ଅଭିଯୋଗରେ ରାଜ୍ୟ ସୂଚନା କମିଶନର ବି. କେ ମହାପାତ୍ର ନୂଆଗାଁ ବ୍ଲକରେ କାର୍ଯ୍ୟରତ ଜନସୂଚନା ଅଧିକାରୀ ମଳୟ ରଂଜନ ଚିନାରାଙ୍କୁ ୮ ହଜାର ଟଙ୍କାର ଆର୍ଥିକ ଦଣ୍ଡା ଦେଶ ଶୁଣାଇବା ସହ ଆଗାମୀ ଏକ ମାସ ମଧ୍ୟରେ ଏହି ଅର୍ଥରାଶି ଜମା ନକଲେ ୨ମାସର ଦରମାରୁ ଅଗ୍ରିମ ଭାବେ ଏହି ଅର୍ଥ ରାଶିକୁ ସରକାରୀ ତହବିଲରେ ଜମା କରିବାକୁ ନିର୍ଦେଷ ଦେଇଛନ୍ତି । ସେପଟେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବକେୟା ଟଙ୍କା ନଦେବା ଓ ସରକାରୀ ତଥ୍ୟ ହଜାଇବା ନେଇ ସର୍ଭିସ ରୁଲ ଅନୁସାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଇଂ. ବସନ୍ତ ସାହୁଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନୂଆଗାଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା କମିଶନର ।
ତେବେ ଆବେଦନକାରି ନିଜେ ଆଇନଜୀବୀ ଶିବରାମ ମହାପାତ୍ର ଏହି ମାମଲା ପରିଚାଳନା କରିଥିବା ବେଳେ ମାନ୍ୟବର ସୂଚନା କମିଶନଙ୍କ ଏହି ରାୟକୁ ଆବେଦନକାରି ସ୍ୱାଗତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031