Indus Valley Times

ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା

 Breaking News

ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା

April 25
17:40 2021

ପୁରୀ, ୨୫/୪: କରୋନାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ନ୍ୟୁ ଇଣ୍ଡିଆ ଇନ୍ ସୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଛି। ପ୍ରତି ସେବାୟତ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁରକ୍ଷା ମିଳିବ।
ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ। ସେହିପରି କ୍ୟାନ୍ସର ଓ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିବ। ଏହି ବୀମା ଯୋଜନା ଦ୍ୱାରା ୨୫ ଶହ ସେବକ ପରିବାର ଉପକୃତ ହେବେ। ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031