Indus Valley Times

ସୋନପୁର ଜିଲ୍ଲା ଖଲିଆପାଲି ରାଇସ୍ ମିଲ୍ ରେ ଯୋଗାଣ ବିଭାଗର ତନାଘନା ,ସାମ୍ବାଦିକଙ୍କୁ ଦେଖି ମିଲ୍ ମାଲିକ ଛାନିଆ !

 Breaking News

ସୋନପୁର ଜିଲ୍ଲା ଖଲିଆପାଲି ରାଇସ୍ ମିଲ୍ ରେ ଯୋଗାଣ ବିଭାଗର ତନାଘନା ,ସାମ୍ବାଦିକଙ୍କୁ ଦେଖି ମିଲ୍ ମାଲିକ ଛାନିଆ !

November 11
20:32 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ସୋନପୁର, ୧୨/୧୧ : ଚଳିତ ଖରିଫ ଋତୁରେ ଧାନକିଣା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ସକ୍ରିୟତା ସହ କ୍ଷମତାସୀନ ଦଳର ଦଳୀୟ ପାଣ୍ଠି ଅସୁଲି ଓ ନୂତନ ସରକାରଙ୍କ ଧାର୍ଯ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପରିପ୍ରେକ୍ଷୀ ରେ ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ର ଏକ ରାଇସ୍ ମିଲ୍ ରେ ୯ ତାରିଖ ରେ ଯୋଗାଣ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା।
ତେବେ ଆସନ୍ନ ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ର ଅତିରିକ୍ତ ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଖଲିଆପାଲି ରାଇସ ମିଲ ରେ ପହଞ୍ଚି କିଛି ଯାଞ୍ଚ କରୁଥିବା ଚର୍ଚ୍ଚା ରୁ ଜଣା ପଡ଼ିଥିଲା।ସେତେବେଳେ କେତେକ ବରିଷ୍ଠ ସାମ୍ବାଦିକ ସେଠାରେ ଦୈବାତ୍ ପହଞ୍ଚିଯିବାରୁ ମିଲ୍ ମାଲିକ ଗେଟ୍ ବାହାରକୁ ବାହାରିଆସି ଅନୁନୟ ବିନୟ ହୋଇ ସେମାନଙ୍କୁ ଭିତରକୁ ଛାଡି ନ ଥିଲେ।ସେହିପରି ଯୋଗାଣ ଅଧିକାରୀମାନେ ମୁହଁ ଲୁଚାଇ ମିଲ୍ ଭିତରକୁ ପଶିଯାଇଥିଲେ।କିଛି ଗଡବଡ ଥିଲା କି?ରହସ୍ୟ କଣ?
ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ,ବର୍ଷ ତମାମ୍ ଏହି ମିଲ୍ ର ଟାର୍ଗେଟ୍ ଓ ଷ୍ଟକ୍ ଆଦି ସହିତ ମିଲିଂରେ ବହୁତ ଅନିୟମିତତା ରହିଆସୁଛି। ଏପରି କି ଏହି ମିଲ୍ ଟି ବଲାଙ୍ଗୀର- ସମ୍ବଲପୁର ମୁଖ୍ୟସଡକରୁ ବୁର୍ଡା ରାସ୍ତା ଦେଇ ଅର୍ଜୁନପୁର-ସୋନପୁରର ଭିତରିଆ ରାସ୍ତା ହୋଇଥିବାରୁ ଏହି ମିଲ୍ ଓ ଏହି ରାସ୍ତାରେ ପଡୁଥିବା ବଲାଙ୍ଗୀର ଜିଲ୍ଲାର ଅନ୍ୟାନ୍ୟ ମିଲ୍ ଗୁଡିକ ପ୍ରକୃତରେ ଧାନ କିଣି ମିଲିଂ କରି ଚାଉଳ ପ୍ରସ୍ତୁତ ନ କରି ବିଭିନ୍ନ ସରକାରୀ ଯୋଜନାର ଚାଉଳ ଚୋରାରେ କିଣି କଷ୍ଟମ୍ ମିଲିଂ ବୋଲି ଦର୍ଶାଇ ଆସୁଥିବା ଚର୍ଚ୍ଚା ହେଉଛି।
ଏହି ଅର୍ଜୁନପୁର- ବୁର୍ଡା ଚୋରାଚାଲାଣ ରାସ୍ତାର ପାର୍ଶ୍ବବର୍ତ୍ତୀ ମିଲ୍ ଗୁଡିକରେ ଅଭିଯୋଗ ହେଉଥିବା ଏଭଳି ସନ୍ଦେହଜନକ ଅନିୟମିତତା ବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି।ବଲାଙ୍ଗୀର ବା ସୁବର୍ଣ୍ଣପୁର ର ଯୋଗାଣ ବିଭାଗ ମିଲର୍ସ ବେପାରୀ ଓ କଳାବଜାରୀ ଙ୍କର ମିଳିତ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଏଭଳି ବେଆଇନ୍ କାର‌୍ୟ୍ୟକଳାପ ଚାଲିଥିବା ତଥା ଉକ୍ତ ମିଲ୍ ଗୁଡିକର ବିଦ୍ୟୁତ୍ ବିଲ୍, ମିଲିଂ କାପାସିଟି ସହିତ ବଏଲିଂ ରିପୋର୍ଟ ଇତ୍ୟାଦିର ସମୟ ସମୟ ରେ ଅଚାନକ ଚଢାଉ କରି ତଦନ୍ତ କରାଗଲେ,ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖନୀୟ ଯେ,ସୁବର୍ଣ୍ଣପୁର ଜିଲ୍ଲାର କେତେକ ରାଇସ୍ ମିଲ୍ ଉପରେ ସାଂସଦ ସଙ୍ଗୀତା ସିଂଦେଓ,ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ସଦଳ ବଳେ ଯାଇ କିଛିଦିନ ତଳେ ସନ୍ଧ୍ୟାରେ ଚଢାଉ କରି ସିଲ୍ କରିଦେଇଥିଲେ ଓ ଦିନକ ପରେ ତଦନ୍ତ କମିଟି ଗଠନ କରି ଷ୍ଟକ୍ ଯାଞ୍ଚ ଠିକ୍ ଠାକ୍ ବାହାରିଥିବା ଦର୍ଶାଇ ସିଲ୍ ଖୋଲାଯାଇଥିବା ଘଟଣାର ଚର୍ଚ୍ଚା ହୋଇଥିଲା।
ଏଥିରେ ଅନ୍ୟ ରାଇସ୍ ମିଲ୍ ମାନଙ୍କ ମଧ୍ୟରେ ଛନକା ପଶି ଯାଇଥିଲା।ଏହା ସହିତ ରାଇସ୍ ମିଲ୍ ଗୁଡିକରୁ ବିଜେପି ଦଳର ନେତା ନେତ୍ରୀ ମାନେ ୫ ରୁ ୭ ଲକ୍ଷ ଟଙ୍କା ଚାନ୍ଦା ନେଉଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଙ୍କ ପ୍ରେସ୍ ବିବୃତି ପରେ ବିଜେପି ଦଳ ବା ସାଂସଦଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ପ୍ରକାଶ ପାଇନାହିଁ।
ତେବେ ଏହାପରେ ମିଲର୍ସ,ଯୋଗାଣ ବିଭାଗ ଓ ସରକାରଙ୍କ ଭିତରେ ଛାନିଆ ପଶିଯାଇଛି।ଏଣୁ ଯୋଗାଣବିଭାଗ ପକ୍ଷରୁ ଲୁଚାଣିଆ ଭାବରେ ଉପରୋକ୍ତ ମିଲ୍ ଗୁଡିକର ଷ୍ଟକ୍ ଓ ଅନ୍ୟାନ୍ୟ ଅନିୟମିତତା କୁ ସଜଡା ଯାଉଥିବା କୁହାଯାଉଛି।
ତେବେ,ଏଭଳି ରାଇସ୍ ମିଲ୍ ଗୁଡିକ ଚଳିତ ଖରିଫ ଋତୁରେ ୩୧୦୦ ଟଙ୍କା ଧାନ କୁଇଣ୍ଟାଲ ପ୍ରତି କିଣିବାର ବ୍ୟବସ୍ଥା ସଠିକ୍ ଭାବରେ ଚାଲି ଚାଷୀଙ୍କୁ ଉପଯୁକ୍ତ ପାଉଣା ମିଳିବା ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ଯୋଗାଣ ବିଭାଗ କିପରି ତୁଲାଉଛି,ଦେଖିବାକୁ ବାକି ରହିଲା!

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031